ଯୋଡ଼ା,(ବି.ବି.ନୁ୍ୟଜ୍): ସ୍ୱାଧୀନତା ଦିବସରେ ଜାତୀୟ ପତାକାକୁ ଅସମ୍ମାନ । ଜଣେ ଆଶା କର୍ମୀଙ୍କ ଦ୍ୱାରା ଜାତୀୟ ପତାକାକୁ ଅସମ୍ମାନ କରାଯିବା ନେଇ ଏକ ଭିଡିଓ ଭାଇରାଲ ହୋଇଥିବା ବେଳେ ଏହାକୁ ସବୁ ମହଲରେ ନିନ୍ଦା କରାଯାଇଛି । ଏଥିସହ ସମ୍ପୃକ୍ତ ଆଶା କର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ଦାବି ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ କମଳ ପୁର ଗାଁରେ ।
୭୪ତମ ସ୍ୱାଧୀନତା ଦିବସ ଅବସରରେ ଶନିବାର କମଳପୁର ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ତେବେ ଜାତୀୟ ପତାକା ଓଲଟା ଲାଗିଥିବାରୁ ସ୍ଥାନୀୟ କିଛି ଯୁବକ ଏହାର ଫୋଟ ଓ ଭିଡିଓ ଉତ୍ତୋଳନ କରି ଭାଇରାଲ କରିଥିଲେ । ଏହି ଖବର ଆଶା କର୍ମୀଙ୍କ ନିକଟରେ ପହଞ୍ଚିବା ପରେ ସେ ଏନେଇ ଉତ୍ତ୍ୟକ୍ତ ହୋଇ ଉଠିଥିଲେ । ସେ ଅଙ୍ଗନବାଡ଼ି କେନ୍ଦ୍ରରେ ଗେଟ୍ରେ ପଡ଼ିଥିବା ତାଲାକୁ ପଥରରେ ଛେଚି ଭାଙ୍ଗି ଦେଇଥିଲେ । ପରେ ଅଙ୍ଗନବାଡ଼ି ପରିସରରେ ଲାଗିଥିବା ଜାତୀୟ ପତାକାକୁ ଖମ୍ବ ସହ ଉପାଡ଼ି ଫିଙ୍ଗି ଦେଇଥିଲେ । ରାଗରେ ଜାତୀୟ ପତାକା ଲାଗିଥିବା ଖମ୍ବକୁ ଗାଁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ନେଇଯାଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବା ସହ ଘଟଣାର ନିନ୍ଦା କରାଯାଇଛି । ସମ୍ପୃକ୍ତ ଆଶା କର୍ମୀଙ୍କ ନାମ ଭାଗ୍ୟଶ୍ରୀ ବାରିକ ବୋଲି ଜଣାପଡ଼ିଥିବା ବେଳେ ଏନେଇ ତାଙ୍କଠୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
Comments are closed, but trackbacks and pingbacks are open.