ପତ୍ନୀକୁ ପନିକିରେ ହାଣିଲା ସ୍ୱାମୀ

Get real time updates directly on you device, subscribe now.

ଭାଲୁମୁଣ୍ଡା,(ବି.ବି.ନୁ୍ୟଜ୍): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ଗାଁରେ ଘରୋଇ କଳହକୁ ନେଇ ପତ୍ନୀକୁ ପନିକିରେ ହାଣି ପକାଇଛି ସ୍ୱାମୀ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିବା ବେଳେ ଶବ ଜବତ କରିଛି । ଶବ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ପଠାଯିବ ବୋଲି ପୁଲିସ କହିଛି ।
ସୂଚନାନୁଯାୟୀ ଭାଲୁମୁଣ୍ଡା ଗାଁର ପଣ୍ଡିତ ବିଷ୍ଣୁ ପ୍ରସାଦ ସାହୁଙ୍କ ବଡ଼ପୁଅ ଗୋଦାବରୀଶ ଓରଫ ଓମ ତାଙ୍କ ସ୍ତ୍ରୀ ରୀନା(୩୫) ସହ ବିବାହ ଦିନଠୁ ମନୋମାଲିନ୍ୟ ତଥା ଗଣ୍ଡଗୋଳ ଲାଗି ରହୁଥିଲା । କିନ୍ତୁ ଆଜି କୌଣସି କାରଣରୁ ଉଭୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଗୋଦାବରୀଶ ପନିକିରେ ସ୍ତ୍ରୀ ରୀନାର ମୁହଁ ଏବଂ ମୁଣ୍ଡରେ ବାରମ୍ବାର ଚୋଟ ମାରିଥିଲା । ସେତିକିବେଳେ ଘରେ କେହି ନଥିଲେ । ଫଳରେ ଗୁରୁତର ଆହତ ତଥା ଅତ୍ୟଧିକ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ରୀନାର ମୃତୁ୍ୟ ହୋଇଥିଲା । ଏହି ନୃଶଂସ କାଣ୍ଡ ଘଟାଇବା ପରେ ସେ ଘରେ ଏକ ଚଉକିରେ ବସି ରହିଥିଲା । ଘଟଣା ସଂପର୍କରେ ଖବର ପାଇ ବଙ୍ଗୋମୁଣ୍ଡା ପୁଲିସପହଞ୍ଚି ତାକୁ ଗିରଫ କରିଥିଲା । ଅଭିଯୁକ୍ତ ଗୋଦାବରୀଶର ହାତରେ ମଧ୍ୟ ଆଘାତ ଲାଗିଥିବାରୁ ପୁଲିସ ତାର ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିବା ଜଣାପଡିଛି । ଏନେଇ ବଙ୍ଗୋମୁଣ୍ଡା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ପ୍ରକାଶ ଥାଉକି ମୃତକଙ୍କ ୪ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି । ପାରିବାରିକ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ଘଟିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟ କେଉଁ କାରଣରୁ ସ୍ୱାମୀ ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା କରିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ଅପରପକ୍ଷେ ଗୋଦାବରୀଶଙ୍କ ବାପା ବିଷ୍ଣୁ ପ୍ରସାଦ କହିବା ଅନୁଯାୟୀ ଆଜି ସକାଳେ ବାପ-ପୁଅ(ବିଷ୍ଣୁ ପ୍ରସାଦ ଓ ଗୋଦାବରୀଶ) ବାବାମଠକୁ ଯାଇଥିଲେ । ସେଠାରୁ ଫେରିବା ପରେ କୌଣସି କାରଣକୁ ନେଇ ଝଗଡ଼ା ହୋଇ ଏଭଳି କାଣ୍ଡ ହୋଇଥାଇପାରେ ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons