ବାଙ୍କୀ: ସାରା ବିଶ୍ୱରେ କରୋନା ମହାମାରୀ ପାଇଁ ଏବେ ସମସ୍ତଙ୍କ ଚିନ୍ତା ଘାରିଥିବା ବେଳେ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ସପ୍ତାହ ପାଇଁ ଲକଡାଉନ ଘୋଷଣା କରିଛନ୍ତି । ଏହି ଳକଡାଉନ ସମୟରେ କିଛି ଲୋକ ବେଖାତିର କରିଥିବା ମଧ୍ୟ ନଜିର ଆସିଛି । ଯାହା ସୋଶାଲ ମିଡିଆରେ ଘରୁବୁଲିଥିବା ଦେଖିବାକୁ ମିଳିଛି । କେତେ ବେଳେ ପୁଲିସ ଗୋଡ଼ାଇ ଗୋଡ଼ାଇ ବାଡେଇବା ତ ଆଉକେତେବେଳେ କାନଧରି ଉଠବସ କରିବା । କିନ୍ତୁ ଆଜି ବାଙ୍କୀରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ସ୍ୱାମୀ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ମେଡିକାଲ ନେଉଥିବା ବାଟରେ ମହିଳା ପୁଲିସ କର୍ମଚାରୀଙ୍କ ମାଡ଼ରେ ସ୍ୱାମୀଙ୍କର ମୁଣ୍ଡ ଫାଟିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁରର ବସନ୍ତ ମହାନ୍ତି ବାଇକ୍ ଯୋଗେ ନିଜ ଅସୁସ୍ଥ ପତ୍ନୀ ପୁଷ୍ପଲତାଙ୍କୁ ବାଙ୍କୀ ଡାକ୍ତରଖାନାକୁ ନେଉଥିବା ବେଳେ କଚେରୀ ଛକ ନିକଟରେ ପୁଲିସ ତାଙ୍କୁ ଅଟକାଇଥିଲା। ସେଠାରୁ ବାଙ୍କୀ ଟାଉନ୍ ଭିତରକୁ ଗାଡ଼ି ଛଡ଼ାଯିବା ନେଇ କଟକଣା ଲାଗିଛି। ମାତ୍ର ବସନ୍ତ ମହାନ୍ତି ତାଙ୍କ ପତ୍ନୀ ଅସୁସ୍ଥ ଥିବା ହେତୁ ଚାଲି ପାରିବେ ନାହିଁ ବୋଲି ଅଟକାଇଥିବା ମହିଳା ପୁଲିସ କର୍ମଚାରୀଙ୍କୁ କହିଥିଲେ। ହେଲେ ପୁଲିସ କର୍ମଚାରୀଜଣକ ତାଙ୍କ କଥା ନ ଶୁଣି ବାଡେଇଥିବା ସେ କହିଥିଲେ ।
Comments are closed, but trackbacks and pingbacks are open.