ବାଲେଶ୍ୱର,(ବି.ବି.ନୁ୍ୟଜ୍): ବିବାହର ପ୍ରତିଶ୍ରୁତି ଦେଇ ଅନୈତିକ ସଂପର୍କ ରଖିବା ପ୍ରେମିକକୁ କାଳ ହେଲା । ଗୋଟିଏ ଘରେ ପ୍ରାୟ ୧୨ ବର୍ଷ କାଳ ଏକାଠି ରହିଲେ । ହେଲେ ପ୍ରେମିକାକୁ ବିବାହ କଲାନି । ଦେଲାନି ପତ୍ନୀର ସ୍ୱୀକୃତି । ୧୨ବର୍ଷର ସମ୍ପର୍କକୁ ପାଦରେ ଆଡେ଼ଇ ଦେଲା । ପ୍ରେମିକର ଏପରି ବ୍ୟବହାର ପ୍ରେମିକାକୁ ରକ୍ତମୁଖା କରିଦେଲା । ଶେଷରେ ପ୍ରେମିକ ବଢ଼ା ମାରାଣ୍ଡି(୪୫)ଙ୍କୁ କଟୁରିରେ ହାଣି ହତ୍ୟା କଲା ପ୍ରେମିକା ସୀତା ହେମ୍ବ୍ରମ(୩୫) । ହତ୍ୟାକାଣ୍ଡ ପରେ ପ୍ରେମିକା ସୀତା ପୁଲିସ୍ ନିକଟରେ ଆତ୍ମ ସମର୍ପଣ କରି ଏଭଳି ଲୋମଟାଙ୍କୁରା କାହାଣୀ କହିଛି । ଘଟଣା ଘଟିଛି ବୁଧବାର ଭୋର୍ ବାଲେଶ୍ୱର ସହର ଉପକଣ୍ଠ ଗୁଡ଼ିପଦା ଗାଁରେ ।
ଘଟଣାରୁ ପ୍ରକାଶ, ଆଜି ସକାଳେ ଗୁଡ଼ିପଦାର ଭଡ଼ା ଘରେ ବଢ଼ାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଅବଗତ କରିଥିଲେ । ଖବରପାଇ ସହଦେବଖୁଣ୍ଟା ଥାନା ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ହେଲେ ଘରେ ସୀତାକୁ ପାଇ ନ ଥିଲା । ପୁଲିସ୍ର ସନେ୍ଦହ ଘେରକୁ ଆସିଥିଲା ସୀତା । ତାକୁ ଖୋଜିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ କରିଥିଲା ।
ଅନ୍ୟପଟେ ହତ୍ୟାକାଣ୍ଡ ଘଟାଇବା ପରେ ସୀତା ବାରିପଦା ସଦର ଥାନାରେ ଆତ୍ମ ସମର୍ପଣ କରିଥିଲା । ଦୀର୍ଘ ବର୍ଷ ହେବ ଅନୈତିକ ସମ୍ପର୍କ ରଖିବା ସହ ସ୍ତ୍ରୀର ମାନ୍ୟତା ନ ଦେବାରୁ ବଢ଼ାକୁ ହତ୍ୟା କଲି ବୋଲି ସୀତା ପୁଲିସ୍ ନିକଟରେ ସ୍ୱୀକାର କରିଥିଲା । ରାତିରେ ବଢ଼ା ଶୋଇ ଥିବା ବେଳେ ତାକୁ କଟୁରିରେ ହାଣି ହତ୍ୟା କରିଥିବା ସେ କହିଥିଲା । ସହଦେବଖୁଣ୍ଟା ପୁଲିସ୍ ବାରିପଦାରୁ ସୀତାକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ କଟୁରି ଜବତ କରିଛି । ଏନେଇ ସହଦେବଖୁଣ୍ଟା ଥାନାରେ କେସ ନଂ. ୩୯୧/୧୯ରେ ମାମଲା ରୁଜୁ ହୋଇଛି ।
ବଢ଼ା ମାରାଣ୍ଡି ବାଲେଶ୍ୱର ସହରର ଏଫ୍ସିଆଇ କାର୍ଯ୍ୟାଳୟର ରାତ୍ରି ଜଗୁଆଳୀ ଭାବେ କାର୍ଯ୍ୟ କରୁଥିଲେ । ସେ ସ୍ଥାନୀୟ ଗୁଡ଼ିପଦାରେ ସୀତା ରହୁଥିବା ଭଡ଼ା ଘରେ ବଢ଼ା ରହୁଥିଲେ । ଉଭୟଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଶିରିଶବଣି ଗାଁରେ । ପ୍ରାୟ ୧୨ ବର୍ଷରୁ ଊଦ୍ଧ୍ୱର୍ କାଳ ଏକାଠି ରହି ଆସୁଥିଲେ ବଢ଼ା ଓ ସୀତା । ବଢ଼ା ପୂର୍ବରୁ ବିବାହିତ ଓ ତାଙ୍କର ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି । ଏହା ସତ୍ତେ୍ୱ ସୀତାଙ୍କୁ ସେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।ହେଲେ ସମୟ ଗଡ଼ାଇ ଚାଲିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ପାଟିତୁଣ୍ଡ ହେଉଥିଲା । ମଙ୍ଗଳବାର ରାତିରେ ଝଗଡ଼ା ଉଗ୍ରରୂପ ଧାରଣ କରିଥିଲା । ଉଭୟଙ୍କ ମଧ୍ୟରେ ପିଟାମରା ହୋଇଥିଲା ବୋଲି ପଡେ଼ାଶୀମାନେ ପ୍ରକାଶ କରିଛନ୍ତି ।କ
Comments are closed, but trackbacks and pingbacks are open.