ପତ୍ନୀ ଓ ପୁଅଙ୍କ ସାମ୍ନାରେ ଯୁବକ କାଠଯୋଡ଼ିକୁ ଡେଇଁପଡ଼ିବା ଘଟଣା:୭ ଦିନ ପରେ ନଦୀଘାଟରୁ ମିଳିଲା ଦେବବ୍ରତଙ୍କ ମୃତଦେହ

Get real time updates directly on you device, subscribe now.

କଣ୍ଟପଡ଼ା,(ବି.ବି.ନୁ୍ୟଜ୍): କାଠଯୋଡି ନଦୀକୁ ଡେଇଁ ନିଖୋଜ ଥିବା ଯୁବକଙ୍କ ସନ୍ଧାନ ପାଇଁ ଗତ କିଛି ଦିନ ଧରି ଚାଲିଥିବା ଘଣ୍ଟାଚକଟାର ଆଜି ଅବସାନ ଘଟିଛି । ନିଖୋଜ ଥିବା ଦେବବ୍ରତଙ୍କ ମୃତଦେହ ଗୋବିନ୍ଦପୁର ଥାନା ଅଧୀନ ରହମ୍ୱା ଗ୍ରାମର ଦେବୀ ନଦୀଘାଟରୁ ମିଳିଛି । ପୁଲିସ୍ ଘଟଣାସ୍ଥଳରୁ ମୃତ ଦେହ ଜବତ କରି ପୋଷ୍ଟମର୍ଟମ୍ ପାଇଁ ପଠାଇଥିବା ବେଳେ ଗୋବିନ୍ଦପୁର ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି ।
ନିଆଳି କରଞ୍ଜ ଗ୍ରାମର ଦେବବ୍ରତ ମହାପାତ୍ର(୩୫) ଦଶହରା ପୂଜା ଦେଖାଇବା ପାଇଁ ନିଜ ପତ୍ନୀ ଓ ୪ ବର୍ଷର ଶିଶୁପୁତ୍ରକୁ ବାଇକରେ ବସାଇ ନିଜ ଚାକିରିସ୍ଥାନ ଯାଜପୁରକୁ ଯାଇଥିଲେ । ଗତ ୯ତାରିଖରେ ସେ ଘରକୁ ଫେରିବା ସମୟରେ କାଠଯୋଡ଼ି ନଦୀ ପୋଲ ଉପରେ ହଠାତ ବାଇକ୍ ଅଟକାଇ ପତ୍ନୀ ଓ ପୁଅ ଆଖି ସାମ୍ନାରେ ନଦୀ ମଧ୍ୟକୁ ଡେଇଁ ପଡ଼ିଥିଲେ । ଅକାତକାତ ପାଣିରେ ସ୍ୱାମୀ ବୁଡ଼ିଯାଉଥିବା ଦେଖି ପତ୍ନୀ ମ୍ରିୟମାଣ ହୋଇ ନିଜେ ପିଲା ସହ ନଦୀକୁ ଡେଇଁପଡ଼ି ପ୍ରାଣ ହରାଇବାକୁ ଉଦ୍ୟମ କରୁଥିବା ବେଳେ ଜଣେ କାର୍ ଚାଳକ ଓ ଆଉ କିଛି ଯାତ୍ରୀ ତାଙ୍କୁ ଧରିନେଇଥିଲେ । ଫଳରେ ମା’ ଛୁଆ ଦୁଇ ଜଣଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଥିଲା । କିନ୍ତୁ ଦେବବ୍ରତଙ୍କର କୌଣସି ସନ୍ଧାନ ମିଳିନଥିଲା । ସଦର ଥାନା ପୁଲିସ ଓଡ୍ରାଫ ଟିମ ସହିତ ଦୀର୍ଘ ସମୟ ଖୋଜାଖୋଜି କରିଥିଲେ ମଧ୍ୟ ଦେବବ୍ରତଙ୍କ ପତ୍ତା ପାଇନଥିଲେ । ଘଟଣାକୁ ନେଇ ସସ୍ପେନ୍ସ ଲାଗି ରହିଥିଲା । ଘଟଣା ଘଟିବାର ୬ଦିନ ପର୍ଯ୍ୟନ୍ତ ଦେବବ୍ରତଙ୍କ ସନ୍ଧାନ ମିଳିପାରି ନଥିବାରୁ ପରିବାର ଲୋକେ ଆଶଙ୍କାରେ ଥିଲେ । ଆଜି ସକାଳୁ ରହମ୍ୱା ଗ୍ରାମର ଦେବୀ ନଦୀଘାଟରେ ଏକ ଗଳିତ ମୃତ ଦେହ ଲାଗିଥିବାର ଦେଖିବାକୁ ମିଳିଥିଲା । ତଲାସି ସମୟରେ ଯୁବକଙ୍କ ପ୍ୟାଣ୍ଟ୍ ପକେଟ୍ରୁ ଗାଡି ରେଜିଷ୍ଟେ୍ରସନ୍ କାର୍ଡ, ଟାଟା ଷ୍ଟିଲ୍ କର୍ମଚାରୀ ପରିଚୟପତ୍ର ଆଦି କିଛି ଡକ୍ୟୁମେଣ୍ଟ୍ ପୁଲିସ୍କୁ ମିଳିଥିଲା । ମିଳିଥିବା ତଥ୍ୟ ଆଧାରରେ ମୃତଦେହ ଦେବବ୍ରତଙ୍କର ବୋଲି ଗୋବିନ୍ଦପୁର ପୁଲିସ୍ ଚିହ୍ନଟ କରାଇ ସ୍ପଷ୍ଟ କରିଥିଲା । ପୁଲିସ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏକ ଅପମୃତୁ୍ୟ ମାମଲା ରୁଜୁ କରିଥିବା ସୂଚନା ମିଳିଛି । ଘରକୁ ଫେରିବା ବାଟରେ ପତ୍ନୀଙ୍କ ସହ ମତାନ୍ତର ହେବାରୁ ରାଗିଯାଇ ଦେବବ୍ରତ ନଈକୁ ଡେଇଁ ପଡ଼ିଥିବା କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons