ପଥରରେ ଛେଚି ସ୍ତ୍ରୀକୁ ହତ୍ୟା, ସ୍ୱାମୀ ଗିରଫ

Get real time updates directly on you device, subscribe now.

ତାଳଚେର,(ବି.ବି.ନୁ୍ୟଜ୍): ତାଳଚେର ବିକ୍ରମପୁର ଥାନା ଅନ୍ତର୍ଗତ ଏଫ୍ସିଆଇ ନିକଟସ୍ଥ ଗୁରୁଦ୍ୱାର କଲୋନୀ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ ନେଇ ମଦ୍ୟପ ସ୍ୱାମୀ ବିଳମ୍ବିତ ରାତିରେ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଛି । ପୁଲିସ୍ ଅଭିଯୁକ୍ତ ସ୍ୱାମୀ ମୁନା ଚାମ୍ପିଆ(୫୦)କୁ ଗିରଫ କରିଛି ।
ପୁଲିସ୍ ସୂତ୍ରରୁ ପ୍ରକାଶଯେ, ବିକ୍ରମପୁର ଥାନା ଏଫ୍ସିଆଇ ନିକଟସ୍ଥ ଗୁରୁଦ୍ୱାର କଲୋନୀ ବସ୍ତିରେ ମୁନା ଚାମ୍ପିଆ ସପରିବାରେ ରହୁଥିଲେ । ଗତ ରାତିରେ ମୁନା ମଦ ପିଇ ବିଳମ୍ବିତ ରତିରେ ଘରକୁ ଫେରିଥିଲା । ଏହାକୁ ନେଇ ପତ୍ନୀ ଗୀତା ଚାମ୍ପିଆ(୪୦)ଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ମୁନା ପାଖରେ ଥିବା ଏକ ପଥରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲା । ଘଟଣା ସ୍ଥଳରେ ହିଁ ଗୀତାଙ୍କ ମୃତୁ୍ୟ ହୋଇଥିଲା । ପରେ ସେ ମୃତଦେହକୁ ଭିଡ଼ି ନେଇ ଘର ସମ୍ମୁଖରେ ପକାଇ ଦେଇଥିଲା । ଆଜି ସକାଳେ ପଡେ଼ାଶୀମାନେ ଏ ସମ୍ପର୍କରେ ଜାଣିବା ପରେ ପୁଲିସ୍କୁ ଖବର ଦେଇଥିଲେ । ପୁଲିସ୍ ପହଞ୍ଚô ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନା ପଠାଇବା ସହ ଅଭିଯୁକ୍ତ ସ୍ୱାମୀ ମୁନାକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons