ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ମଠ ତେନ୍ତୁଳିଆ ଗ୍ରାମରେ ଘଟିଛି ଅଘଟଣ। ଗ୍ରାମ ନିକଟସ୍ଥ ଛାତ ଖୁମ ପଥର ଖାଦାନ ପାଣିରେ ବୁଡି ଜଣେ ଯୁବକର ମୃତ ହୋଇଛି। ମିଳିଥିବା ସୂଚନା ମୁତାବକ, ଯୁବକ ଜଣଙ୍କ ଗାଧୋଇବାକୁ ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ମୃତକ ହେଲେ ମଠ ତେନ୍ତୁଳିଆ ଗ୍ରାମର ନାରାୟଣ ବେହେରା। ସେ ଆଜି ସନ୍ଧ୍ୟାରେ କାମ ସାରି ଗ୍ରାମ ନିକଟସ୍ଥ ଛାତଖୁମ ପଥର ଖାଦାନ ନିକଟକୁ ଗାଧୋଇବାକୁ ଯାଇଥିଲେ । ତେବେ ଅସାବଧାନତା ଯୋଗୁଁ ଉପରୁ ପଥର ଖଦାନ ପାଣିକୁ ଖସି ପଡ଼ିଥିଲେ। ଖବର ପାଇ ଗଁନ୍ଦିଆ ଦମକଳ ବାହିନୀ ପହଂଚି ତାଙ୍କ ମୃତଦେହକୁ ଉଦ୍ଧାର କରିଥିବା ଜଣାପଡିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।


Comments are closed, but trackbacks and pingbacks are open.