ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ ରାଜ୍ୟର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ପଦୋନ୍ନତି ଘୋଷଣା କରିବା ପରେ ନବରଙ୍ଗପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଯାଇଛି । ଗଣ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ ଓ ବିଜେଡି ସଂଗଠକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଧନ୍ୟବାଦ ଦିଆଯାଇଛି । ପଦୋନ୍ନତି ଘୋଷଣା ପରେ ରାଜ୍ୟର ୬୩ହଜାର ୩୦୩ଜଣ ଶିକ୍ଷକ ପଦୋନ୍ନତି ପାଇବେ । ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ମିଳିଲେ ଉଚ୍ଚପ୍ରାଥମିକ ସ୍ତରରେ ଅନେକ ଖାଲି ଶିକ୍ଷକ ପଦବି ପୂରଣ ହୋଇପାରିବା ସହ ଶିକ୍ଷାକ୍ଷେତ୍ରରେ ବ୍ୟାପକ ସୁଧାର ଆସିବ ବୋଲି ନବରଙ୍ଗପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ରମଣୀ ରଞ୍ଜନ ତ୍ରିପାଠୀ କହିଛନ୍ତି ।
ରିପୋର୍ଟ ଗଗନ ଗନ୍ତାୟତଙ୍କଠାରୁ
Comments are closed, but trackbacks and pingbacks are open.