ପଦ୍ମଶ୍ରୀ କମଳାଙ୍କୁ ମିଳିଲା ୩୦ ହଜାର ଟଙ୍କା

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ମିଳିଲା ଆର୍ଥିକ ସହାୟତା । ତିନି ମାସ ପାଇଁ ମିଳିଲା ୩୦ ହଜାର ଟଙ୍କା । ପ୍ରତି ମାସରେ ରାଜ୍ୟର ପଦ୍ମଶ୍ରୀ ପାଇଥିବା ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ସରକାରଙ୍କ ଘୋଷଣା ଅନୁସାରେ ଏହି ପଦକ୍ଷେପ ନିଆଯାଇଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠୀ କହିଛନ୍ତି । ସେହିପରି କୋଟପାଡ଼ର ପଦ୍ମଶ୍ରୀ ଗୋବର୍ଦ୍ଧନ ପନକାଙ୍କୁ ମଧ୍ୟ ଅନୁରୂପ ୩ ମାସ ପାଇଁ ସହାୟତା ଦିଆଯାଇଛି । ଚଳିତ ବର୍ଷ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ଏହି ରାଶି ମିଳିଛି । ଅର୍ଥ ପାଇବା ପରେ କମଳା ଖୁସି ପ୍ରକାଶ କରିଛନ୍ତି । ପାରମ୍ପରିକ ଧାନ ସଂରକ୍ଷଣ କ୍ଷେତ୍ରରେ ଦକ୍ଷିଣ ଆଫ୍ରିକାରେ ଅନ୍ତର୍ଜାତିକ ପୁରସ୍କାର ପାଇଥିଲେ ଜୟପୁର ବ୍ଲକ ଡଙ୍ଗରଛିଞ୍ଚି ପଞ୍ଚାୟତର କମଳା ପୂଜାରୀ । ଏହି ଅନ୍ତରାଷ୍ଟ୍ରୀୟ ପୁରସ୍କାର ପାଇବା ପରେ ଚର୍ଚ୍ଚାକୁ ଆସିଥିଲେ କମଳା । କମଳାଙ୍କୁ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟା ଭାବେ ମନୋନୀତ କରିଥିଲେ ରାଜ୍ୟ ସରକାର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons