ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ

Get real time updates directly on you device, subscribe now.

ଭୁବନେଶ୍ୱର: ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଗୁରୁବାର ରାତି ପ୍ରାୟ ୧୨ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ବୟସାଧିକ ଯୋଗୁ ସେ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ଦେହାନ୍ତରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରି ରାଧାମୋହନଙ୍କ ସ୍ମୃତିଚାରଣ କରିଛନ୍ତି । ରାଜ୍ୟ ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଛି ।
ଅର୍ଥନୀତି ବିଶାରଦ ପ୍ରଫେସର ରାଧାମୋହନ ସବୁଜ ପୁରୁଷ ବେଶ୍ ଜଣାଶୁଣା ଓ ପରିଚିତ ଥିଲେ । ଏହାବାଦ୍ ଜଣେ ସମାଜସେବୀ, ସ୍ତମ୍ଭକାର ଓ ବୈପ୍ଲବିକ ଚାଷୀ ଥିଲେ । ଜୈବିକ ଶୈଳୀ ଅବଲମ୍ବନ କରି ଖାଦ୍ୟର ଜଙ୍ଗଲ ସୃଷ୍ଟି କରିଥିଲେ । ସ୍ୱେଚ୍ଛାସେବୀ ଅନୁÂାନ ‘ସମ୍ଭବ’ ଗଢ଼ି ସାରା ଦେଶରେ କୃଷକମାନଙ୍କୁ ଚାଷ ସମ୍ପର୍କରେ ସେ ଜ୍ଞାନ ବାଣ୍ଟି ଚାଲିଥିଲେ । ନୟାଗଡ଼ ଜିଲ୍ଲାରେ ୮୫ ଏକର ଟାଙ୍ଗରା ଜମିରେ ଖାଦ୍ୟ ଜଙ୍ଗଲ ସୃଷ୍ଟି କରି ମାଟି ଓ ଜଳ ସଂରକ୍ଷଣ ଉପରେ କାର୍ଯ୍ୟ କରିଥିଲେ । ଯେଉଁଠି ୧ ହଜାର ମସଲା ଗଛ, ୫୦୦ ପ୍ରକାରର ଚାଉଳ ସହ ୭୦୦ ପ୍ରଜାତିର ବିରଳ ପ୍ରଜାତିର ମଞ୍ଜିକୁ ନେଇ ଏକ ସିଡ୍ ବ୍ୟାଙ୍କ୍ ପ୍ରତିÂା କରିଥିଲେ । ସେଥିରୁ ବିଭିନ୍ନ ମଞ୍ଜିକୁ ମାଗଣାରେ କୃଷକମାନଙ୍କ ମଧ୍ୟରେ ବାଣ୍ଟି ତା’ର ପ୍ରଚାର, ପ୍ରସାର ଓ ଉପôାଦନ ବୃଦ୍ଧି କ୍ଷେତ୍ରରେ କାମ କରୁଥିଲେ । ରାଧାମୋହନଙ୍କ ଏ ନିଆରା କାମ ଜୈବିକ ଚାଷ କ୍ଷେତ୍ରରେ ସମଗ୍ର ଦେଶରେ ବେଶ ଚର୍ଚ୍ଚିତ ହୋଇଥିଲା ।
୧୯୮୪-୮୫ ମସିହାରୁ ନିରନ୍ତର ଭାବେ ଜୈବିକ କୃଷିକୁ ପ୍ରୋତ୍ସାହନ ଓ ପ୍ରଚାର, ପ୍ରସାର ଦିଗରେ କାର୍ଯ୍ୟ କରି ଆସୁଥିଲେ । ଅର୍ଥନୀତିର ପ୍ରଫେସର ଥିଲେ । ସରକାରୀ ଚାକିରିରେ ଥାଇ ଜୈବିକ କୃଷି ପ୍ରତି ମନ ବଳାଇଥିଲେ । ଆଉ ଜୈବିକ କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ । ଜୈବିକ କୃଷି ସହିତ ପରିବେଶର ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରୁଥିଲେ ।
ରାଧାମୋହନ ନୟାଗଡ଼ ରଙ୍ଗଣୀ ପାଟଣାରେ ୧୯୪୩ ମସିହା, ୩୦ ଜାନୁଆରୀରେ ଜନ୍ମଗ୍ରହଣ କରିଥିଲେ । ନୟାଗଡ଼ ଓଡ଼ଗାଁରୁ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ପରେ ପୁରୀ ଏସ୍ସିଏସ୍ କଲେଜରେ ଅର୍ଥନୀତି ସମ୍ମାନ ରଖି ସ୍ନାତକ ପାସ୍ କରିଥିଲେ । ୧୯୬୫ ମସିହାରେ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ଅପ୍ଲାଏଡ୍ ଇକୋନୋମିକ୍ସରେ ମାଷ୍ଟର୍ ଡିଗ୍ରୀ ହାସଲ କରିଥିଲେ । ଏହାପରେ ବିଭିନ୍ନ ସରକାରୀ କଲେଜରେ ଅର୍ଥନୀତିରେ ଶିକ୍ଷାଦାନ କଲେ । ଅଧ୍ୟାପନା ସହିତ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସହିତ ୩ ବର୍ଷ କାଳ ବିଭିନ୍ନ ବିଭାଗର ପରାମର୍ଶଦାତା ଭାବେ ରହି କାର୍ଯ୍ୟ କରଥିଲେ । ବିଜ୍ଞାନ, ପ୍ରଯୁକ୍ତି, ପରିବେଶ, ଶିକ୍ଷା, ଯୁବ ବ୍ୟାପାର ଏବଂ ଗ୍ରାମାଞ୍ଚଳ ବିକାଶ ବିଭାଗରେ କାର୍ଯ୍ୟ କରି ଦକ୍ଷତାର ପ୍ରମାଣ ଦେଇଥିଲେ । ଶେଷରେ ୨୦୦୧ ମସିହାରେ ପୁରୀ ଏସ୍ସିଏସ୍ କଲେଜ (ସ୍ୱୟଂଶାସିତ)ରୁ ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ । ଏହା ପରେ ଷ୍ଟେଟ୍ ପ୍ଲାନିଂ ବୋର୍ଡ, ଷ୍ଟେଟ୍ ୱାଟର୍ସିଡ୍ ମିଶନ, ଟାସ୍କ ଫୋର୍ସ ଅନ୍ ଏଜୁକେସନ, ଷ୍ଟେଟ୍ ୱାଇଲ୍ଡ ଲାଇଫ୍ ଆଡ୍ଭାଇଜରୀ, ଏନ୍ଏସ୍ଏସ୍ ଆଡ୍ଭାଇଜରୀ , ଜଏଣ୍ଟ ଫରେଷ୍ଟ ମ୍ୟାନେଜ୍ମେଣ୍ଟ ଷ୍ଟିୟରିଂ କମିଟି, ଷ୍ଟେଟ୍ ପଲୁ୍ୟସନ୍ କଣ୍ଟେ୍ରାଲ୍ ବୋର୍ଡ, ଏନ୍ଏସ୍ଏସ୍ ଇଭାଲୁ୍ୟସନ କମିଟି ଭଳି ରାଜ୍ୟ ତଥା ଭାରତ ସରକାରଙ୍କ ବିଭିନ୍ନ ଅନୁÂାନରେ ସଦସ୍ୟ ଭାବେ କାର୍ଯ୍ୟ କରି ଅନେକ କିଛି କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଥିଲେ । ଏଥିସହ ଗଭର୍ଣ୍ଣିଂ ବଡି ଅଫ୍ ଷ୍ଟେଟ୍ ରିସୋର୍ସ ସେଣ୍ଟର ଫର୍ ଆଡଲ୍ଟ ଏଜୁକେଶନ, ଷ୍ଟେଟ୍ ରିସୋର୍ସ ସେଣ୍ଟର, ସେଣ୍ଟର ଫର୍ ୱାର୍ଲ୍ଡ ସଲିଡାରିଟି, ହାଇଦ୍ରାବାଦର ଉପଦେଷ୍ଟା, ରାଷ୍ଟ୍ରୀୟ ଗ୍ରାମୀଣ ବିକାଶ ନିଧି, ଗୌହାଟୀର ପ୍ରୋଗ୍ରାମ ଆଡ୍ଭାଇଜରୀ କମିଟି ସଦସ୍ୟ ଏବଂ ଅଲ୍ ଇଣ୍ଡିଆ ରେଡିଓର ସଦସ୍ୟ ଭାବେ ସୂଚାରୁ ରୂପେ ଦାୟିତ୍ୱ ତୁଲାଇଥିଲେ ।
ରାଜ୍ୟ ସୂଚନା କମିଶନର ଭାବେ ଦାୟିତ୍ୱ ନିର୍ବାହ କରି ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଥିଲେ । ସୂଚନା କମିଶନର ଭାବେ ତାଙ୍କ କାର୍ଯ୍ୟ ଖୁବ୍ ପ୍ରଶଂସନୀୟ ଥିଲା । ସୂଚନା ଅଧିକାର ଆଇନକୁ ଲୋକପ୍ରିୟ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗାଁ ଗାଁ ବୁଲି ଲୋକମାନଙ୍କୁ ସୂଚନା ଅଧିକାର ଆଇନ ସମ୍ପର୍କରେ ଲୋକଙ୍କୁ ବୁଝାଉଥିଲେ । ଗ୍ରାମୀଣ ଅର୍ଥନୀତିର ଦୃଢ଼ୀକରଣ ପାଇଁ ସର୍ବଦା ଚେଷ୍ଟିତ ଥିଲେ ।
କୃଷି କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ତଥା ନିରବଛିନ୍ନ ଭାବେ ଜୈବିକ କୃଷିର ଉନ୍ନତିକଳ୍ପେ କାର୍ଯ୍ୟ କରିଥିବା ପ୍ରଫେସର ରାଧାମୋହନ ଓ ତାଙ୍କ ଝିଅ ସାବରମତୀଙ୍କୁ ୨୦୨୦ ମସିହା ପାଇଁ ସମ୍ମାନଜନକ ‘ପଦ୍ମଶ୍ରୀ’ ସମ୍ମାନ ପ୍ରଦାନ କରାଯାଇଥିଲା । ବିଶେଷକରି ପରିବେଶ ଓ କୃଷି ଉପରେ ତାଙ୍କର କାର୍ଯ୍ୟଶୈଳୀ ଲାଗି ୟୁଏନ୍ଇପି ପକ୍ଷରୁ ‘ଦ ଗ୍ଲୋବାଲ୍ ରୋଲ୍ ଅଫ୍ ଅନର୍’ ଏବଂ ସାମାଜିକ ସେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଉକ୍ରଳ ସେବା ସମ୍ମାନ’ ପ୍ରଦାନ କରାଯାଇଥିଲା । ଅହିଂସା, ଶାନ୍ତିରେ ବିଶ୍ୱାସ ରଖୁଥିବା ପ୍ରଫେସର ରାଧାମୋହନ ଥିଲେ ଗାନ୍ଧୀବାଦୀ । ଜୀବନର ଶେଷ ପର୍ଯ୍ୟନ୍ତ ଶାକାହାରୀ ଖାଦ୍ୟ ଗ୍ରହଣ କରିବା ସହ ସରଳ ଜୀବନଯାପନରେ ବଞ୍ଚିଥିଲେ । ପରିବାର କହିଲେ ପତ୍ନୀଙ୍କ ବ୍ୟତୀତ୍ ୩ ଝିଅ ଅଛନ୍ତି । ସେ ପାତ୍ରପଡ଼ା କଳିଙ୍ଗ ବିହାରରେ ରହୁଥିଲେ । ଆଜି ତାଙ୍କ ମରଶରୀରକୁ ଡାକ୍ତରଖାନାରୁ ସ୍ଥାନୀୟ ବାସଭବନକୁ ନିଆଯାଇଥିଲା । ସେଠାରେ ଶେଷ ଦର୍ଶନ ଲାଗି ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ରାଧାମୋହନପ୍ରେମୀଙ୍କ ଭିଡ଼ ଜମିଥିଲା । ସମସ୍ତେ ନିଜ ପ୍ରିୟର ମଣିଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଅନ୍ତିମ ବିଦାୟ ଦେଇଥିଲେ । ଆଜି ପୂର୍ବାହ୍ନରେ ରାଷ୍ଟ୍ରୀୟ ସମ୍ମାନ ସହ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons