ନୂଆଦିଲ୍ଲୀ: ଗତ ପାଞ୍ଚ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଭାବେ କାର୍ଯ୍ୟ କରୁଥିବା ନୃପେନ୍ଦ୍ର ମିଶ୍ରା ଏବେ ଏହି ପଦବିରୁ ଅବ୍ୟାହତି ନେବାକୁ ଚାହୁଁଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଜଣାଇଛନ୍ତି ଏବଂ ମୋଦି ମଧ୍ୟ ଏଥିପାଇଁ ସମ୍ମତି ଦେଇଛନ୍ତି । ତେବେ ଆଉ ଦୁଇ ସପ୍ତାହ ପାଇଁ ଏହି କାର୍ଯ୍ୟ ଜାରି ରଖିବାକୁ ମୋଦି ତାଙ୍କୁ ନିବେଦନ କରିଥିଲେ ଏବଂ ସେ ଏହାକୁ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜେ ଟ୍ୱିଟ୍ କରି ଆଜି ଏହି ସୂଚନା ଦେଇଛନ୍ତି । ମୋଦି ନିଜ ଟ୍ୱିଟ୍ରେ କହିଛନ୍ତି ଯେ ‘ଗତ ୫ ବର୍ଷ ଧରି ମିଶ୍ରା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଅତି ନିÂାର ସହ କାର୍ଯ୍ୟ କରିଆସୁଛନ୍ତି । ଭାରତର ବିକାଶ ଯାତ୍ରାରେ ସେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ସେ ଏବେ ନିଜ ଜୀବନରେ ଆଉ ଏକ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି । ତାଙ୍କୁ ମୁଁ ଏଥିପାଇଁ ଶୁଭେଚ୍ଛା ଜ୍ଞାପନ କରୁଛି’ ।
Comments are closed, but trackbacks and pingbacks are open.