ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ କାଉପୁର ପଞ୍ଚାୟତ ଏଡ଼ାଦେଇ ଗ୍ରାମରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ପରକୀୟା ପ୍ରୀତିରୁ ସ୍ୱାମୀ ନିଜ ସ୍ତ୍ରୀର ମୁଣ୍ଡକୁ କୌଣସି ଏକ ଧାରୁଆ ମାରଣାସ୍ତ୍ରରେ ହତ୍ୟା କରିଛି ବୋଲି ସନେ୍ଦହ କରୁଛି ପୁଲିସ । ମୃତକା ଜଣକ ହେଲେ ଏହି ଗ୍ରାମର ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ପନôୀ ଛବିଲତା । ଗ୍ରାମବାସୀଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ । ଏହାର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ କେତେକ ସୁରାକ ପୁଲିସ ହାତରେ ଲାଗିଛି । ଖୁବଶୀଘ୍ର ହତ୍ୟାକାଣ୍ଡର କାରଣ ସମ୍ପର୍କରେ ସ୍ପଷ୍ଟ ହେବ ବୋଲି ଉପଖଣ୍ଡସ୍ତରୀୟ ପୁଲିସ ଅଧିକାରୀ ସାର୍ଥକ ରାୟ କହିଛନ୍ତି ।
ପ୍ରାପ୍ତ ସୂଚନା ଅନୁଯାୟୀ, ୨ ପୁଅ ଓ ସ୍ତ୍ରୀଙ୍କୁ ନେଇ ଗୋବିନ୍ଦଙ୍କ ପରିବାର । ଦୁଇଜଣ ପୁଅ ମୁମ୍ବାଇ ଠାରେ ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି । ଗତକାଲି ରାତିରେ କୌଣସି କଥାକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ମାରଣାସ୍ତ୍ର ସାହାଯ୍ୟରେ ଗୋବିନ୍ଦ ଛବିଲତାଙ୍କ ମୁଣ୍ଡକୁ ହାଣି ଦେଇଥିବା ସନେ୍ଦହ କରାଯାଉଛି । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିଲା । ଆଜି ସକାଳେ ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅପରାହ୍ନରେ ଏକ ସାଇଣ୍ଟିଫିକ୍ ଟିମ ମଧ୍ୟ ପହଞ୍ଚି ତଦନ୍ତ କରିବ ବୋଲି ପୁଲିସ କହିଛି । ଅପରପକ୍ଷେ ଗ୍ରାମବାସୀଙ୍କ କହିବାନୁଯାୟୀ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ଗତକାଲି ମଧ୍ୟ ଉଭୟ ହସଖୁସୀରେ ଥିଲେ । କିନ୍ତୁ ଆଜି ସକାଳେ ଘର ଭିତରେ ଛବିଲତାର ମୃତ ଦେହ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ପଚାରିବାରୁ ଗୋବିନ୍ଦ କୌଣସି ଉତ୍ତର ରଖିନଥିଲା । ତେବେ ଏହି ଘଟଣାରେ ପୁଲିସ ଗୋବିନ୍ଦଙ୍କୁ ଅଟକ ରଖିଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.