ପରଲୋକରେ ବଲିଉଡର ଭେଟେରାନ୍ ଅଭିନେତା ଋଷି କପୁର

Get real time updates directly on you device, subscribe now.

ମୁମ୍ବାଇର ଘରୋଇ ଡାକ୍ତରଖାନାରେ ୬୭ ବର୍ଷ ବୟସରେ ଦେହାନ୍ତ । କାଲି ଜଣେ ଅଭିଜ୍ଞ ଅଭିନେତାଙ୍କ ଦେହାନ୍ତ ହେବା ପରେ ଆଜି ପୁଣି ଜଣେ ଦିଗ୍ଗଜ ଅଭିନେତାଙ୍କୁ ହରାଇଛି ସିନେ ଜଗତ । ମୃତ୍ୟୁବେଳେ ତାଙ୍କର ପତ୍ନୀ ନୀତୁ କପୁର ସେଠାରେ ଉପସ୍ଥିତ ଥିଲେ । ଦୁଃଖର ଖବର ନିଜ ଟ୍ୱିଟରରେ ସେୟାର କରିଛନ୍ତି ଅମିତାଭ ବଚ୍ଚନ । ଆମେରିକାରେ କର୍କଟ ରୋଗ ଚିକିତ୍ସା କରାଇବା ପରେ ଗତବର୍ଷ ସେପଟେମ୍ବରରେ ଭାରତ ଫେରିଥିଲେ । ଗତକାଲି [ ବୁଧବାର ]ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ମୁମ୍ବାଇ ସ୍ଥିତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୨୦୧୮ରେ ଋଷି କପୁରଙ୍କୁ କର୍କଟ ରୋଗ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons