ବଲାଙ୍ଗୀର,(ବି.ବି.ନୁ୍ୟଜ୍) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ସାଲେପଡ଼ା ଶ୍ୟାମାକାଳୀ ମନ୍ଦିର ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଏକ ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହଟି ତୁରେକେଲା ଥାନା ମାଣ୍ଡୋଲା ଗାଁର ଭୂଜବଳ ପରାଭୁଏ(୬୫)ଙ୍କର ବୋଲି ଜଣାପଡ଼ିଛି । ସେ ପେସାରେ ଜଣେ ତନ୍ତ୍ରମନ୍ତ୍ର ସାଧକ । ଗତ ରବିବାର ଦିନ କାଳୀପୂଜାରେ ଯୋଗଦେବା ପାଇଁ ସେ ଏଠାକୁ ଆସିଥିଲେ ବୋଲି ଜଣାପଡ଼ିଛି । ତେବେ ଗତକାଲି ସେ ଘରକୁ ଫେରିନଥିବା ବେଳେ ଆଜି ପୂର୍ବାହ୍ନରେ ଜଣେ ଗାଈଚରାଳୀ କୂଅରେ ଏକ ମୃତଦେହ ପଡ଼ିଥିବା ନେଇ ଖବର ଦେଇଥିଲା । ଏହାପରେ କଣ୍ଟାବାଞ୍ଜି ପୁଲିସ ଦମକଳବାହିନୀ ସହାୟତାରେ ମୃତଦେହଟିକୁ ଉଦ୍ଧାର କରିବା ପରେ ତାହା ଭୂଜବଳଙ୍କ ବୋଲି ଚିହ୍ନଟ ହୋଇଥିଲା । ଆଜି ସଂଧ୍ୟା ହୋଇଯାଇଥିବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି । ଅପରପକ୍ଷେ, ମୃତକଙ୍କ ପରିବାରବର୍ଗଙ୍କ ପକ୍ଷରୁ ଭୂଜବଳଙ୍କୁ ତାଙ୍କ ଗୁରୁ ତଥା କାଳୀମନ୍ଦିର ପୂଜକ ଚୌବନ କିଶୋର ମାଝୀ ବଳି ଦେଇ କୂଅରେ ଫିଙ୍ଗିଦେଇଥିବା ନେଇ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ କଣ୍ଟାବାଞ୍ଜି ଏସଡ଼ିପିଓ ସରୋଜ ମହାପାତ୍ରଙ୍କୁ ପଚାରିବାରୁ ସେ ଅଭିଯୋଗ ପାଇଥିବା ସ୍ୱୀକାର କରିଥିଲେ । କିନ୍ତୁ ଘଟଣାସ୍ଥଳର ପାରିପାଶ୍ୱର୍ିକ ପରିସ୍ଥିତିକୁ ଦେଖିଲେ ସେଠାରେ ବଳି ଦିଆଯାଇନଥିବା ତଥାପି ଘଟଣାର ତଦନ୍ତ ଜାରି ରହିଥିବା ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।
ସୂଚନାଅନୁସାରେ, ମୃତ ଭୂଜବଳ ଦୀର୍ଘଦିନରୁ କାଳୀମନ୍ଦିର ପୂଜକ ଚୌବନ କିଶୋରଙ୍କଠାରେ ତନ୍ତ୍ରମନ୍ତ ସାଧନା ଶିକ୍ଷା କରୁଥିଲେ । ଗତ ତିନିଦିନ ତଳେ ଭୂଜବଳଙ୍କ ପୁଅ ଯତୀଶ ତାଙ୍କୁ ଆଣି ସାଲେପଡ଼ା ଗାଁ ସ୍ଥିତ ଶ୍ୟାମାକାଳୀ ମନ୍ଦିରଠାରେ ଛାଡ଼ିଥିଲେ । ପୂଜା ପରେ ସେ ଗତ ମଙ୍ଗଳବାର ରାତିରେ ନିଜ ଘରୁକୁ ଚାଲିଯିବେ ବୋଲି କହିଥିଲେ । ହେଲେ କାଲି ରାତିରେ ମନ୍ଦିର ପୂଜାପାଠ ସରିବା ପରେ ସେ ଘରକୁ ନଯାଇ ସେଠି ରହିଯାଇଥିଲେ । ରାତିରେ ଭୂଜବଳଙ୍କୁ ନପାଇ ପରିବାରବର୍ଗ ଅନେକ ଖୋଜାଖୋଜି କରିଥିଲେ । ଏପରିକି ପୁଅ ଯତୀଶ ଭୂଜବଳଙ୍କୁ ଫୋନ ମଧ୍ୟ ଲଗାଇଥିଲେ । କିନ୍ତୁ ସମ୍ପର୍କ ହୋଇପାରିନଥିଲା । ଶେଷରେ ଆଜି ସକାଳୁ ସେ ବାପାଙ୍କୁ ନେବା ପାଇଁ ସିଧାସଳଖ ସାଲେପଡ଼ା ଅଭିମୁଖେ ବାହାରିଥିଲେ । ଅପରପକ୍ଷେ, ପୂର୍ବାହ୍ନରୁ କାଳୀମନ୍ଦିର ନିକଟସ୍ଥ ଅଞ୍ଚଳରେ ଜଣେ ଗାଈ ଚରାଳି କୂଅରେ କଣ ପଡ଼ିଛି ବୋଲି ଦେଖିବାରୁ ଏକ ମୃତଦେହ ଭାସୁଥିବା ଲୋକଙ୍କୁ ଜଣାଇଥିଲେ । ପରେ କଣ୍ଟାବାଞ୍ଜି ପୁଲିସ ଏବଂ ଦମକଳବାହିନୀର ସହାୟତାରେ ତାକୁ କୂଅରୁ ବାହାର କରାଯାଇଥିଲା । ଗତକିଛି ଦିନ ହେଲା ତନ୍ତ୍ରମନ୍ତ୍ର ସାଧନାକୁ ନେଇ ଭୂଜବଳ ଅନେକ ପ୍ରତିÂା ଲାଭ କରିଆସିଥିଲେ । ତେଣୁ ଇର୍ଷା ପରାୟଣ ହୋଇ ତାଙ୍କୁ ପୂଜାରେ ବଳି ଦିଆଯାଇଥିବା ନେଇ ପରିବାରବର୍ଗ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଛନ୍ତି ।
ପ୍ରକାଶ ଯେ, ଗତକାଲି କାଳୀମନ୍ଦିର ନିକଟରେ ଦଣ୍ଡନୃତ୍ୟ ପରିବେଷଣ ହୋଇଥିଲା । ଯେଉଁଠାରେ କେତେକ ଅସାମାଜିକ ଯୁବକ ଆସି ଗଣ୍ଡଗୋଳ ମଧ୍ୟ କରିଥିଲେ । ତେଣୁ ଉକ୍ତ ଗଣ୍ଡଗୋଳ ସମୟରେ ଭୂଜବଳଙ୍କୁ ମଧ୍ୟ ଆକ୍ରମଣ ହୋଇଥାଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।
Comments are closed, but trackbacks and pingbacks are open.