ଚିକିଟି,(ବି.ବି.ନୁ୍ୟଜ): ଦିଗପହଣ୍ଡି ରେଞ୍ଜ ଚିକିଟି ଡିଭିଜନ ପିତାତଳିର ଏକ ପରିତ୍ୟକ୍ତ ଘରେ ଗଛିତ ଚୋରା କାଠ ଜବତ କରିଛି ବନ ବିଭାଗ । ଡିଏଫଓ ଅମ୍ଲାନ ନାୟକଙ୍କ ନିଦେ୍ର୍ଧଶରେ ଏସିଏଫଓ ଅଶୋକ ବେହେରାଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଛି । ଏହି ଘରୁ ଗମ୍ଭାରୀ, ଶାଗୁଆନ, ଜାମୁ କାଠ ୪୦ କୁ୍ୟବିକ୍ ଫୁଟ୍ ଜବତ ହୋଇଛି । ତହସିଲଦାର ବିଶ୍ୱରଞ୍ଜନ କଅଁରଙ୍କ ତତ୍ତ୍ୱାବଧାନରେ କାଠ ଜବତ କରି ଦିଗପହଣ୍ଡି ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଛି । ଜବତ କାଠର ଦାବିଦାର କେହି ନଥିବା ବିଭାଗ କହିଥିବା ବେଳେ ତଦନ୍ତ ପରେ ଜଣାପଡ଼ିବ ବୋଲି କୁହାଯାଇଛି । ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ, ସାମନ୍ତିଆପଲ୍ଲୀ ରେଞ୍ଜର ରଜତ କୁମାର ମିଶ୍ର, ଦିଗପହଣ୍ଡି ଓ ସାମନ୍ତିଆପଲ୍ଲୀ ରେଞ୍ଜ ଷ୍ଟାଫ, ଚିକିଟି ସେrନ ଷ୍ଟାଫ ଏବଂ ମୋବାଇଲ ଟିମ ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ ।


Comments are closed, but trackbacks and pingbacks are open.