ପରିବାରର ୬ ଜଣଙ୍କୁ ହାଣି ବାପର ଆତ୍ମହତ୍ୟା

Get real time updates directly on you device, subscribe now.

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କିନାବଗା ପଞ୍ଚାୟତ ଯୌତୁକବାହାଲରେ ଘଟିଛି ଅଭାବନୀୟ ଘଟଣା । କରୋନା ଆକ୍ରାନ୍ତ ବାପ ଶୁକ୍ରୁ କୁଜୁର (୫୦) ପରିବାରକୁ ଭୁଜାଲିରେ ଆକ୍ରମଣ କରି ନିଜେ ଆତ୍ମହତ୍ୟା କରିଛି । ଆକ୍ରମଣର ଶିକାର ଝିଅ ସାଲମି କୁଜୁର (୩)ର ଘଟଣାସ୍ଥଳରେ ମୃତୁ୍ୟ ହୋଇଛି । ସ୍ତ୍ରୀ ଏତବାରୀ, ଝିଅ ବାରସୀ (୧୫), ଗାଙ୍ଗି (୭), ଫୁଲ (୨) ଓ ପୁଅ ତୁଷାର (୧୨) ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳକୁ ଏସ୍ଡିପିଓ ରାଜକିଶୋର ମିଶ୍ର, ଗୋବିନ୍ଦପୁର ଥାନାଧିକାରୀ ପ୍ରତାପ ରଣା ପହଞ୍ଚô ତଦନ୍ତ କରିଛନ୍ତି । ଝିଅ ସାଲମିର ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାରର ଅନ୍ୟ ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି । ଘର ଭିତରୁ ଭୁଜାଲି ସମେତ ଅନ୍ୟାନ୍ୟ ସାମଗ୍ରୀ ପୁଲିସ୍ ଜବତ କରିଛି । କେଉଁ କାରଣରୁ ଶୁକ୍ରୁ ଏ କାଣ୍ଡ ଭିଆଇଲା ତାହା ଜଣାପଡ଼ିନି । ସ୍ତ୍ରୀ ଏତବାରୀ ସୁସ୍ଥ ହେଲା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ୍ ସୂତ୍ରରୁ ପ୍ରକାଶ । ସାଇଣ୍ଟିଫିକ୍ ଟିମ୍ ପହଞ୍ଚô ବିଭିନ୍ନ ନମୁନା ସଂଗ୍ରହ କରିଛି ।
ପୁଲିସ ସୂଚନାନୁସାରେ ଶୁକ୍ରୁର ପ୍ରଥମ ସ୍ତ୍ରୀଙ୍କ ମୃତୁ୍ୟ ପରେ ସେ ଏତବାରୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ତାଙ୍କ ଔରସରୁ ୪ ଝିଅ ବାରସୀ, ଗାଙ୍ଗି, ଫୁଲ, ସାଲମି ଏବଂ ପୁଅ ତୁଷାର ଅଛନ୍ତି । ଶୁକ୍ରୁ କିଛି ଦିନ ତଳେ କରୋନା ପଜିଟିଭ୍ ଚିହ୍ନଟ ପରେ ଘରେ ସଙ୍ଗରୋଧରେ ଥିଲେ । ସ୍ତ୍ରୀ ଛୁଆମାନଙ୍କୁ ଧରି ଅନ୍ୟ ଏକ କୋଠରୀରେ ରହୁଥିଲେ । ଗତ ରାତି ପ୍ରାୟ ୧୨ଟାରେ ଶୁକ୍ରୁ ହଠାତ ଉତ୍କ୍ଷୀପ୍ତ ହୋଇ ଭୁଜାଲି ଧରି ସ୍ତ୍ରୀ ଓ ଛୁଆପିଲା ଶୋଇଥିବା କୋଠରୀକୁ ପଶି ଆକ୍ରମଣ କରିଥିଲା । ସ୍ତ୍ରୀ ବିରୋଧ କରିବାରୁ ଆହୁରି ରାଗିଯାଇ ସମସ୍ତଙ୍କୁ ଆକ୍ରମଣ କରି ନିଜେ ନିଜ ବେକ କାଟି ଦେଇଥିଲା । ସ୍ତ୍ରୀ ଛୁଆମାନଙ୍କୁ ଧରି ଘରୁ ବାହାରି ଏକ ସ୍ଥାନରେ ରାତି ସାରା ଲୁଚି ରହିଥିଲେ । ହେଲେ ଘଟଣାସ୍ଥଳରେ ଝିଅ ସାଲମିର ମୃତୁ୍ୟ ହୋଇଥିଲା । ଆଜି ସକାଳେ ସ୍ତ୍ରୀ ଏତବାରୀ ଘଟଣା ବିଷୟରେ ଗ୍ରାମବାସୀଙ୍କୁ କହିଥିଲେ । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚôଥିଲା । କୋଠରୀ ଭିତରୁ ସାଲମିର ମୃତ ଦେହ ପୁଲିସ୍ ଜବତ କରିଥିଲା । ଗୁରୁତର ଥିବା ଶୁକ୍ରୁ, ସ୍ତ୍ରୀ ଏତବାରୀ ଓ ଛୁଆପିଲାଙ୍କୁ ସୁନ୍ଦରଗଡ଼ ଡାକ୍ତରଖାନା ପଠାଯାଇଥିଲା । ସମସ୍ତଙ୍କ ବେକ, ହାତ, ଗୋଡ଼ ଆଦି ସ୍ଥାନରେ ଆଘାତ ଲାଗିଛି । ସୁନ୍ଦରଗଡ଼ରେ ଶୁକ୍ରୁର ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ବୁର୍ଲାରେ ଅପରାହ୍ନ ପ୍ରାୟ ସାଢେ଼ ୪ଟାରେ ଶୁକ୍ରୁର ମୃତୁ୍ୟ ହୋଇଥିଲା ।
ଘଟଣାକୁ ନେଇ ଗାଁ ସ୍ତବ୍ଧ ହୋଇଯାଇଛି । ଲୋକେ ଭିନ୍ନ ଭିନ୍ନ ଚର୍ଚ୍ଚା କରୁଛନ୍ତି । କରୋନାରେ ଆକ୍ରାନ୍ତ ହେବା ପରେ ଶୁକ୍ରୁଙ୍କ ମାନସିକ ସ୍ଥିତି ଠିକ ନଥିବା କୁହାଯାଉଛି । ଅନ୍ୟପକ୍ଷରେ କରୋନା ଆକ୍ରାନ୍ତ ହେବା ପରେ ଶୁକ୍ରୁ ଜୀବନ ବଞ୍ଚôବ କି ନାହିଁ ସେ ଚିନ୍ତାରେ ପୂରା ପରିବାରକୁ ମାରି ଦେବାକୁ ଉଦ୍ୟମ କରିଥିଲା ବୋଲି ଚର୍ଚ୍ଚା ହେଉଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons