ପରିବାର ଚଳାଉଛି ବୋଇତାଳୁ ଫୁଲ

Get real time updates directly on you device, subscribe now.

ଲକ୍ଷ୍ମୀପୁର,(ବି.ବି.ନୁ୍ୟଜ୍): ଆଦିବାସୀମାନେ ସର୍ବଦା କଠିନ ପରିଶ୍ରମୀ ଏବଂ ସ୍ୱାଭିମାନୀ । କେବେହେଲେ ସେମାନେ ନିଜ ପେଟପାଟଣା ପାଇଁ ପର ପାଖରେ ହାତ ପତାନ୍ତି ନାହିଁ । ସବୁଆଡୁ ନିରାଶ ହେଲେ ଜଙ୍ଗଲ ଉପରେ ନିର୍ଭର କରନ୍ତି । ପାହାଡ ଓ ଡଙ୍ଗରରେ ଚାଷ କରି ପରିବାର ଚଳାନ୍ତି । ରାତି ପାହିଲେ ଏବେ ବିଭିନ୍ନ ବଜାରରେ ଯେଉଁ ତଟକା ପରିବା ମିଳୁଛି, ତାହା ଆସୁଛି ବିଭିନ୍ନ ଆଦିବାସୀ ଗାଁରୁ । ପୁରୁଷଙ୍କ ଭଳି ମହିଳାମାନେ ବି ଅତ୍ୟନ୍ତ କର୍ମଠ । ସେମାନେ ବୋଇତାଳୁ ଫୁଲଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଫୁଲ, ଫଳ, ସଜନା ଶାଗ, ସୋରିଷ ଶାଗ ବିକ୍ରି କରି ପରିବାର ଚଳାଇବାରେ ପ୍ରମୁଖ ଭୂମିକା ତୁଲାଉଛନ୍ତି । ବୋଇତାଳୁ ଫୁଲ ଛୋଟବିଡାଟିଏକୁ ବିକ୍ରି କରୁଛନ୍ତି ୧୦ ଟଙ୍କାରେ । ସେହିପରି ବିଭିନ୍ନ ଫୁଲ ବିଡା ମଧ୍ୟ ୧୦ଟଙ୍କାରେ ବିକ୍ରି ହେଉଛି । ମୋଟାମୋଟି ଗୋଟିଏ କଥା, ଆୟ କମ୍ ହେଲେ ବି ମନରେ ଦୁଃଖ ନଥାଏ । ନିଜ ପରିଶ୍ରମରୁ ଯେତିକି ରୋଜଗାର କରନ୍ତି, ସେତିକିରେ ପରିବାର ଚଳାନ୍ତି ଏବଂ ସନ୍ତୁଷ୍ଟ ହୁଅନ୍ତି । ଆଦିବାସୀମାନେ ସର୍ବଦା ଡଙ୍ଗର ଦେବତା ଓ ପ୍ରକୃତିକୁ ପୂଜା କରନ୍ତି । ପ୍ରାର୍ଥନା କରନ୍ତି ସେମାନଙ୍କ ପାହାଡ଼ ଓ ଜଙ୍ଗଲ ଉପରେ କାହାରି ଲୋଲୁପ ଦୃଷ୍ଟି ନପଡୁ । ସବୁବେଳେ ଏମିତି ସବୁଜିମାରେ ଭରି ରହିଥାଉ ପାହାଡ଼ର କର୍କସ ଛାତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons