ପାରଳାଖେମୁଣ୍ଡି: ଗଜପତି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟ ଘଟଣାରେ ରହସ୍ୟ ବଢିବା ସାଙ୍ଗକୁ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ମୃତୁ୍ୟର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ତଦନ୍ତ ଜାରି ରଖିଛି ପୁଲିସ । ପାରଳାଖେମୁଣ୍ଡି ପୁଲିସର ୬ ଜଣିଆ ତଦନ୍ତକାରୀ ଟିମ୍ ସୋମବାର ସୌମ୍ୟଙ୍କ ପୈତୃକ ଘରେ ୪ ଘଣ୍ଟା କାଳ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି । ପାରଳା ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ, ଏସ୍ଆଇ ବିନାୟକ ମନ୍ତ୍ରୀ, ହାବିଲଦାର ତ୍ରିନାଥ ପଟ୍ଟନାୟକ, କନଷ୍ଟେବଳ ହରେକୃଷ୍ଣ ସାମଲ, ଚୂଡ଼ାମଣି କାନ୍ତି, ବବିତା ରାଣୀ ମହାନ୍ତି ପ୍ରମୁଖ ସକାଳେ ଖଇରା ଥାନାରେ ପହଞ୍ଚି ସ୍ଥାନୀୟ ଥାନାଧିକାରୀ ଶ୍ରୀବଲ୍ଲଭ ସାହୁଙ୍କ ସହିତ ଆଲୋଚନା କରିଥିଲେ । ଖଇରା ଥାନାଧିକାରୀଙ୍କ ନିଦେ୍ର୍ଧଶରେ ଏସ୍ଆଇ ଶ୍ୟାମସୁନ୍ଦର ବିନ୍ଧାଣୀ, ସୁଜାତା ମଲ୍ଲିକଙ୍କ ସମେତ ୩ ପୁଲିସ କର୍ମଚାରୀ ଓ ପାରଳା ପୁଲିସ ଟିମ୍ ନୟାଖଣ୍ଡି ପଞ୍ଚାୟତ ଅଧୀନ ବେଗୁନିଆ ଗ୍ରାମସ୍ଥିତ ସୌମ୍ୟରଞ୍ଜନଙ୍କ ଘରକୁ ଯାଇଥିଲେ । ସୌମ୍ୟଙ୍କ ବଡ଼ ଭାଇ ରଞ୍ଜନ ମହାପାତ୍ର, ମାଆ ତୁଳସୀ ମହାପାତ୍ର, ମାମୁ ଶୀତିକଣ୍ଠ ପଣ୍ଡା, ମାଇଁ ଉର୍ମିଳା ପଣ୍ଡା, ମାମୁ ଝିଅ ଭଉଣୀ ତୃଷ୍ଣାରାଣୀ ପଣ୍ଡା, ମାମୁ ପୁଅ ଭାଇ ସତ୍ୟବ୍ରତ ପଣ୍ଡାଙ୍କ ବୟାନ ରେକର୍ଡ କରିଛି ତଦନ୍ତକାରୀ ଟିମ୍ ।
ସୌମ୍ୟରଞ୍ଜନଙ୍କ ମା’ ପୁଲିସକୁ ଦେଇଥିବା ବୟାନ ଆଧାରରେ ବାହାଘର ପରେ ବୋହୂ ବିଦ୍ୟାଭାରତୀ ବଲାଙ୍ଗୀରରେ ଏକ ବ୍ୟାଚଲର ପାର୍ଟି ଦେଇଥିଲେ । ଯଦିଓ ସୌମ୍ୟଙ୍କୁ ସେଠାକୁ ଡାକି ନେଇଥିଲେ, ମାତ୍ର ବଲାଙ୍ଗୀରରେ ପହଞ୍ଚିବା ପରେ ସ୍ୱାମୀଙ୍କୁ ଫେରାଇ ଦେଇଥିଲେ ବିଦ୍ୟା । ତାଙ୍କୁ ୩୦ ହଜାର ଟଙ୍କା ପଠାଇବା ପାଇଁ ବିଦ୍ୟାଭାରତୀ ପରେ ମେସେଜ କରିଥିଲେ । ହେଲେ ଟଙ୍କା ନଥିବା ସୌମ୍ୟ କହିବାରୁ ଧମକ ଦେବା ସହିତ ଅନ୍ୟ ଜଣେ ଯୁବକଙ୍କ ସହିତ ଉଠାଇଥିବା ଅଶ୍ଲୀଳ ଫଟୋ ପଠାଇଥିଲେ । ସେହିପରି ବଲାଙ୍ଗୀର ବ୍ୟାଚଲର ପାର୍ଟି ଅବସରରେ ବିଦ୍ୟା କେଉଁଠି ରହିଲେ ଏବଂ ସେଠାରେ କ’ଣ ଘଟିଥିଲା ବୋଲି ପ୍ରଶ୍ନ ଉଠାଇଥିଲେ ସୌମ୍ୟଙ୍କ ମାମୁ । ସୌମ୍ୟଙ୍କ ମୃତୁ୍ୟ ପରେ ତାଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ବିଦ୍ୟାଙ୍କ ବୋଲି ଗତ ୯ ତାରିଖରେ ଲେଖା ହୋଇଥିବା ଏକ ଏଗ୍ରିମେଣ୍ଟ ପେପର ନକଲ କପି ଓ ଏକ ଡାଏରୀ ମିଳିଛି । ଉକ୍ତ ଡାଏରୀରେ ୧୨ରୁ ୧୫ ତାରିଖ ମୋ ପାଇଁ କାଳରାତ୍ରି ବୋଲି ଲେଖାଯାଇଛି । ବାସ୍ତବରେ ଏହି ହାତଲେଖା କାହାର, ତାହା ଏବେ ବି ସନେ୍ଦହଘେରରେ ରହିଛି । ଘଟଣାକୁ ୭ ଦିନ ପରେ ମଧ୍ୟ ଡିଏଫଓଙ୍କୁ ତଦନ୍ତ ପରିସରଭୁକ୍ତ ନକରିବା, ତାଙ୍କର କଲ୍ ରେକର୍ଡ ଯାଞ୍ଚ ନକରିବାକୁ ନେଇ ପରିବାର ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଡିଏଫଓଙ୍କୁ ତୁରନ୍ତ ବହିଷ୍କାର କରି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ନେବାକୁ ପରିବାରବର୍ଗ ଦାବି କରିଛନ୍ତି । ଚାରି ଘଣ୍ଟାର ମାରାଥନ୍ ଜେରା ପରେ ତଦନ୍ତକାରୀ ଟିମ୍କୁ ବହୁତ କିଛି ତଥ୍ୟ ମିଳିଥିବା ଅନୁମାନ କରାଯାଉଛି । ପାରଳା ଥାନାଧିକାରୀ କହିଛନ୍ତି ଯେ- ତଦନ୍ତ ଚାଲିଛି ଏବଂ ସବୁ ଜଣାପଡ଼ିବ । ପରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଗୌଡ଼ଗାଁସ୍ଥିତ ବିଦ୍ୟାଭାରତୀଙ୍କ ଘରକୁ ଯାଇ ସେଠାରେ ବିଦ୍ୟାଭାରତୀ ଏବଂ ତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯିବ ବୋଲି ସେ କହିଛନ୍ତି ।
ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତୁ୍ୟ ଘଟଣାରେ ପୁଲିସ ଡିଜିଙ୍କୁ ସୋମବାର ଭେଟିଛନ୍ତି ତାଙ୍କ ବାପା ଅଭିରାମ ମହାପାତ୍ର । ଅଭିଯୁକ୍ତ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ, ପାରଳା ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭଙ୍କ ଲାଏ ଡିଟେrନ ଦାବି କରିଛନ୍ତି ସେ । ସେହିଭଳି ଗଜପତି ଜିଲ୍ଲା ଗୁରାଣ୍ଡି ଥାନାଧିକାରୀ ମମତା ପଣ୍ଡାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ସୌମ୍ୟଙ୍କ ପିତା । ତାଙ୍କ ବୋହୂ ବିଦ୍ୟା ଓ ମମତା ସମ୍ପର୍କୀୟ । ଘଟଣା ଦିନ ସୌମ୍ୟ ହସ୍ପିଟାଲରେ ଭର୍ତ୍ତି ହେବାରୁ ଆରମ୍ଭ କରି ଆମ୍ବୁଲାନ୍ସ ପାରଳାଖେମୁଣ୍ଡି ସହର ଛାଡିବା, ଘଟଣାସ୍ଥଳ କୁହାଯାଉଥିବା ଏସିଏଫ୍ଙ୍କ ସରକାରୀ ବାସଭବନରୁ କିରାସିନ ବୋତଲ ଓ ଦିଆସିଲି ତଥା ଅନ୍ୟାନ୍ୟ ସାମଗ୍ରୀ ଜବତ ହେବା ଯାଏଁ ଗଜପତି ଜିଲ୍ଲା ଗୁରାଣ୍ଡି ଥାନାଧିକାରୀ ଉପସ୍ଥିତ ଥିଲେ । ଅଭିଯୁକ୍ତ ପନôୀଙ୍କ ପାଖେ ପାଖେ ରହି କିଛି କହୁଥିଲେ । ସେ କେତେବେଳେ ଖବର ପାଇଲେ ଯେ, ସୌମ୍ୟ ହସ୍ପିଟାଲ୍ ପହଞ୍ଚିବା ବେଳକୁ ମମତା ସେଠାରେ ପହଞ୍ଚି ସାରିଥିଲେ ତାହା ଏବେ ପ୍ରଶ୍ନବାଚୀ । ସମ୍ପର୍କୀୟ ଥିବାରୁ ମମତା ପୁଲିସ ପୋଷାକରେ ରହି ବିଦ୍ୟାଙ୍କୁ ସହଯୋଗ କରୁଥିଲେ କି । ଏପରିକି ଫରେଷ୍ଟ ଗେଟ ଛକରେ ଆମ୍ବୁଲାନ୍ସକୁ ମଧ୍ୟ ଦୀର୍ଘ ସମୟ ଯାଏଁ ଅଟକାଇ ରଖିବା ପଛରେ ମମତାଙ୍କ ହାତ ରହିଥିବା ଅଭିଯୋଗ କରିଛନ୍ତି ଅଭିରାମ । ତେଣୁ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ଅଭିରାମ । ଏ ନେଇ ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି କହିଛନ୍ତି ଯେ- ମମତା ଓ ବିଦ୍ୟାଭରତୀ କ’ଣ ସମ୍ପର୍କୀୟ ହେବେ ତାହା ଜଣାନାହିଁ, କିନ୍ତୁ ସେ ଜଣେ ପୁଲିସ ଅଧିକାରୀ ଭାବେ ଉପସ୍ଥିତ ଥିଲେ ।
ଅଭିଯୁକ୍ତ ଡିଏଫଓ ସଂଗ୍ରାମ କେଶରୀ ବେହେରା କିଛି ଦିନ ହୋଲା ଅଫିସକୁ ଆସୁନାହାନ୍ତି । ଘଟଣା ପରଦିନ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ ଡିଏଫଓ । ହେଲେ ସୌମ୍ୟଙ୍କ ମୃତୁ୍ୟ ପାଇଁ ତାଙ୍କ ସେ ଦାୟୀ ବୋଲି ଅଭିଯୋଗ ହେବା ପର ଠାରୁ ଆଉ ନିଜ କାର୍ଯ୍ୟାଳୟକୁ ଆସୁନାହାନ୍ତି । ତେଣୁ ତାଙ୍କ ବିରୋଧରେ ଆସୁଥିବା ସଙ୍ଗୀନ ଅଭିଯୋଗ ସମ୍ପର୍କରେ ତାଙ୍କ ପ୍ରତିକ୍ରିୟା ମିଳିପାରୁନାହିଁ । ଡିଏଫଓ ନିଜ କାର୍ଯ୍ୟାଳୟକୁ ଆସୁନଥିବା କଥାକୁ ସ୍ୱୀକାର କରିଛନ୍ତି ଏସିଏଫ (ପ୍ରଶାସନ) ଗୌରୀଶଙ୍କର ରଥ । ତେବେ ସେ କ୍ଷେତ୍ର ପରିଦର୍ଶନରେ ଯାଇଥିବା ଏସିଏଫ୍ ରଥ ସଫେଇ ଦେଇଛନ୍ତି । ଆଉ ଜଣେ ଏସିଏଫ୍ କେ.ଭାସ୍କର ରାଓ ମଧ୍ୟ ସମାନ କଥା କହିଛନ୍ତି ଯେ- ସେ କିଛିଦିନ ହେଲା କାର୍ଯ୍ୟାଳୟ ଆସୁନାହାନ୍ତି, ତେଣୁ ଦେଖା ହୋଇ ନଥିବ । ଅପରପକ୍ଷରେ ଏଭଳି ଏକ ସଙ୍ଗୀନ ମାମଲାରେ ପୁଲିସ ଅଭିଯୁକ୍ତ କିମ୍ବା ସାକ୍ଷୀଙ୍କୁ ଜେରା କରିବା ବେଳେ ଏସିଏଫ୍ ଗୌରୀ ରଥ ଉପସ୍ଥିତ ରହିବା ଠିକ୍ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ରବିବାର ବିଳମ୍ବିତ ରାତିରେ ପୁଲିସ ଅଧିକାରୀ ତାଙ୍କ ନିକଟକୁ ଯାଇ ପଚରାଉଚୁରା କରିଛନ୍ତି । ତେଣୁ ସେ ବର୍ତ୍ତମାନ ତଦନ୍ତ ପରିସରଭୁକ୍ତ ହୋଇଥିବା ଅନୁମାନ କରାଯାଉଛି । ପୁଲିସ ଏନେଇ କିଛି କହିନଥିବା ବେଳେ ପୁଲିସ ତାଙ୍କ ନିକକୁ ଆସି କିଛି ରେକର୍ଡ ମାଗିଥିବା ମାନିଛନ୍ତି ଗୌରୀ । ତେବେ କେଉ ରେକର୍ଡ ମଗାଯାଇଛି ତାହା କହିନାହାନ୍ତି ସେ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.