ବଡ଼ବିିିିଲ: ସୂଚନା ମୁତାବକ ୩/୦୬/୨୦୨୧ ତାରିଖ ରାତି ସାଢ଼େ ନଅଟା ସମୟରେ ବଡ଼ବିିିିଲ ଅଞ୍ଚଳର ଜଣେ ମହିଳା କୋଇଡା ରୁ ପରିବା ବିକ୍ରି କରି ବଡ଼ବିିିିଲ ତାଙ୍କ ଘରକୁ ଫେରୁଥିଲା ବେଳେ ବଡ଼ବିିିିଲ ଗୁରୁଦ୍ୱାରା ପାଖରେ ଏକ ସ୍କୋରପିଓ (OR-02-BB-5544) ରେ ତିନି ଜଣ ଦୁବୃର୍ତ୍ତ ମହିଳାଙ୍କ ମୁହଁ ବନ୍ଦ କରି ବଳ ପୂର୍ବକ ଗାଡ଼ିରେ ବସାଇ ବଡ଼ବିିିିଲ ମୁଣ୍ଡା ନାଳ ଜଙ୍ଗଲ କୁ ନେଇ ମହିଳାଙ୍କ ପାଖରେ ଥିବା ୧୩୦୦୦ ଟଙ୍କା ଛଡାଇ ନେଇଥିଲେ। ଏହା ପରେ ସେମାନେ ଯୋର ଜବରଦସ୍ତ ଜଣକ ପରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରି ଆଖିଆ ଅପିଆ ଭୋକରେ ଦୁଇ ଦିନ ଧରି ଗଣ ଦୁଷ୍କର୍ମ କରି ବାନ୍ଧିକି ମାଡ଼ ମାରି ରଖିଥିଲେ। ପଡିତା ମହିଳା ଜଣକ କୈାଶଳ କ୍ରମେ ତାଙ୍କ ଠାରୁ ଖସିବାକୁ ସକ୍ଷମ ହୋଇଥିଲେ। ତାପରେ ୫/୦୬/୨୦୨୧ ତାରିଖ ଦିନ ବଡ଼ବିିିିଲ ଥାନାରେ ଯାଇ ଏତଲା ଦେଇଥିଲେ। ବଡ଼ବିିିିଲ ପୋଲିସ ପିଡିତାଙ୍କ ଡାକ୍ତରୀ ମାଇନା ସହ ଘଟଣାର ତଦନ୍ତ କରି ବଡ଼ବିିିିଲ ଆଜାଦ୍ ବସ୍ତିର ଆରମାନ୍ ଖାନ୍ , ଏସ୍ ଲାଲ୍ ହାଟିଙ୍ଗ୍ରର ଅକ୍ଷୟ ଓଝା, ଓ ଆଉ ଜଣେ ନାବାଳକ ରିଶି ଦୁଇଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ନାବାଳକକୁ ଜେଜେବୋର୍ଡ ନିକଟରେ ହାଜର କରିଥିବା ବଡ଼ବିିିିଲ ଥାନା ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।
ରିପୋର୍ଟ: ଦେବବ୍ରତ ପାତ୍ର
Comments are closed, but trackbacks and pingbacks are open.