ପରିବା ବୋଝେଇ ଗାଡ଼ିରେ ମଦ ଚାଲାଣ: ଜଣେ ଗିରଫ

Get real time updates directly on you device, subscribe now.

ଯାଜପୁର, (ବି.ବି.ନୁ୍ୟଜ୍): ନିଶା ବ୍ୟବସାୟୀମାନେ ପୋଲିସ ଓ ଅବକାରୀ ବିଭାଗ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ଖସିଯିବା ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି । କେତେବେଳେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ କେତେବେଳେ ପରିବା ବୋଝେଇ ଗାଡ଼ିରେ ମଦ ଚାଲାଣ କରୁଛନ୍ତି । ଏଭଳି ଏକ ଘଟଣା ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ଆଜି ଯାଜପୁର ଟାଉନ୍ ବାଳାଶ୍ରମ ପଡ଼ିଆରୁ ଏକ ପରିବା ବୋଝେଇ ପିକ୍ଅପ୍ ଭ୍ୟାନରୁ ୫ଟି ପେଟି ମଦ ଜବତ କରିଛି ଅବକାରୀ ବିଭାଗ । ଜବତ ମଦର ଆନୁମାନିକମୂଲ୍ୟ ସାଢେ଼ ତିନି ଲକ୍ଷ ଟଙ୍କା ହେବ । ଜବତ ମଦ ଗୁଡ଼ିକ ନାମୀ ଦାମୀ ବ୍ରାଣ୍ଡର ବୋଲି ଜଣାପଡିଛି । ପଶ୍ଚିମବଙ୍ଗରୁ ଆସୁଥିବା ଏକ ପରିବା ବୋଝେଇ ଗାଡ଼ିରେ ମଦ ଥିବା ନେଇ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା । ଆଜି ସକାଳେ ପରିବା ଗାଡ଼ିଟି ଯାଜପୁର ଟାଉନ୍ର ବାଳାଶ୍ରମ ପଡିଆରେ ପହଞ୍ଚôବା ପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରିଥିଲା । ଏହି ଘଟଣାରେ ଅବକାରୀ ବିଭାଗ ଗାଡ଼ି ଡ୍ରାଇଭରକୁ ଗିରଫ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons