ପରିସଂଖ୍ୟାନ ଦିବସ ପାଳିତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି । ପ୍ରଫେସର ସ୍ୱର୍ଗତ ପ୍ରଶାନ୍ତ ଚନ୍ଦ୍ର ମହାଲାନୋବିସ୍ଙ୍କ ଜୟନ୍ତୀ ଉପଲକ୍ଷେ ଏହି ଦିବସ ପାଳିତ ହୋଇଛି । ଦେଶରେ ବିଭିନ୍ନ ପରିସଂଖ୍ୟାନ ସଂକ୍ରାନ୍ତ ସର୍ଭେ ଆରମ୍ଭ କରାଯିବାରେ ପ୍ରଫେସର ମହାଲାନୋବିସ୍ଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନୀ ଅଭିଭାଷଣ ରଖିଥିଲେ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ଉପ ମହାନିର୍ଦ୍ଦେଶକ କେ ପି ମିଶ୍ର ଅତିଥିଙ୍କୁ ସ୍ୱାଗତ କରିଥିଲେ । ସଭାରେ ପରିସଂଖ୍ୟାନ ବିଭାଗର ପୂର୍ବତନ ପ୍ରଫେସର ଜିତେନ୍ଦ୍ରିୟ ଷଡ଼ଙ୍ଗୀ, ପରିସଂଖ୍ୟାନ ବିଭାଗର ପୂର୍ବତନ ଅତିରିକ୍ତ ମହାନିର୍ଦ୍ଦେଶକ ପଞ୍ଚାନନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍ ଡେଭଲପ୍ମେଣ୍ଟ ଆଣ୍ଡ୍ ରିସର୍ଚ୍ଚ ନିର୍ଦ୍ଦେଶକ ଡ. ଶ୍ରୀଜିତ୍ ମିଶ୍ର ଉଦ୍ବୋଧନ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons