ଜୟପୁର: ଆଉ ଦୁଇ ଦିନ ପରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ । ଏଥିସହ ୩୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏଥିପାଇଁ ବିଦ୍ୟାଳୟରେ କିଭଳି ପ୍ରସ୍ତୁତି କରାଯାଇଛି, ତାହାର ଆଜି ତଦାରଖ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ନିଦେ୍ର୍ଧଶକ ତଥା କୋରାପୁଟ ଜିଲ୍ଲା ପାଇଁ ନୋଡାଲ ଅଧିକାରୀ ପ୍ରଦୀପ କୁମାର ନାୟକ । ସ୍ଥାନୀୟ ସରକାରୀ ଉଚ୍ଚବିଦ୍ୟାଳୟ ଓ ପାତ୍ରପୁଟ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ପରେ ବୈପାରିଗୁଡା ବ୍ଲକ ଯାଇଥିବା ଜଣାପଡିଛି । ବିଦ୍ୟାଳୟ ପକ୍ଷରୁ ଠିକ୍ ଭାବେ ପ୍ରସ୍ତୁତି କରାଯାଇଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି । କୋଭିଡ ଗାଇଡଲାଇନ ପାଳନ କରିବା ସହ କିପରି ସୁରକ୍ଷିତ ଭାବେ ପିଲା ପରୀକ୍ଷା ଦେବେ, ତା ଉପରେ କଡ଼ା ନଜର ରଖିବାକୁ ପରାମର୍ଶ ଦେଇଛନ୍ତି ।
ଆଜି ପୂର୍ବାହ୍ନରେ ଅତିରିକ୍ତ ନିଦେ୍ର୍ଧଶକ ଶ୍ରୀ ନାୟକ ଓ ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହାକ ପହଞ୍ଚିଥିଲେ ସରକାରୀ ଉଚ୍ଚ ବିଦ୍ୟାଳୟରେ । ବିଦ୍ୟାଳୟ ଖୋଲିବା ପୂର୍ବରୁ କିପରି ପ୍ରସ୍ତୁତି କରାଯାଇଛି ଏ ସମ୍ପର୍କରେ ପ୍ରଧାନଶିକ୍ଷକ ଓମପ୍ରକାଶ ମିଶ୍ରଙ୍କ ସହ ଆଲୋଚନା କରିଥିଲେ । ଏହାପରେ ବିଦ୍ୟାଳୟରେ ଶ୍ରେଣୀଗୃହ ବୁଲି ଦେଖିଥିଲେ । ଶୌଚାଳୟର ଅବସ୍ଥା ପରଖିଥିଲେ । ପରୀକ୍ଷା ସମୟରେ ଓ ମାଟ୍ରିକ ପିଲାଙ୍କ ପାଠପଢା ଆରମ୍ଭ ହେବା ସମୟରେ କୌଣସି ପ୍ରକାର ଅସୁବିଧା ନ ହୁଏ ଏଥିପାଇଁ ଦୃଷ୍ଟି ଦେବାକୁ କହିଥିଲେ । ଶ୍ରେଣୀଗୃହ ବିଶୋଧନରୁ ଆରମ୍ଭ କରି ପାନୀୟଜଳ ବ୍ୟବସ୍ଥା ସମ୍ପର୍କରେ ପଚାରିବୁଝିଥିଲେ । ପରୀକ୍ଷା ସମୟରେ ଛାତ୍ରଛାତ୍ରୀ ଅସୁସ୍ଥ ହେଲେ ଅବଜରଭେସନ ରୁମରେ ରଖାଯିବାକୁ ନିଦେ୍ର୍ଧଶ ରହିଛି । ଏଥିପାଇଁ ଏହି ରୁମ କିପରି ରହିଛି ଦେଖିଥିଲେ । ଘଣ୍ଟାଏ କାଳ ସ୍କୁଲ ପରିଦର୍ଶନ କରିବା ପରେ ଜୟପୁର ବ୍ଲକ ପାତ୍ରପୁଟ ଉଚ୍ଚ ବିଦ୍ୟାଳୟକୁ ଯାଇଥିଲେ । ସୋମବାରରୁ ପାଠପଢା ଆରମ୍ଭ ହେବା ପୂର୍ବରୁ ସରକାରଙ୍କ ଗାଇଡଲାଇନ ଅନୁସାରେ ପ୍ରସ୍ତୁତି କରାଯାଇଛି ନା ନାହିଁ ପ୍ରଧାନଶିକ୍ଷକଙ୍କଠାରୁ ପଚାରିବୁଝିଥିଲେ । ପାନୀୟଜଳ ସୁବିଧା, ଶୌଚାଳୟ ବ୍ୟବସ୍ଥା, ଶ୍ରେଣୀଗୃହ ବିଶୋଧନ କରାଯାଇଛି ନା ନାହିଁ, ଶ୍ରେଣୀଗୃହର ପ୍ରବେଶ ସ୍ଥାନରେ ମଣ୍ଡଳି କରାଯାଇଛି ନା ନାହିଁ ଦେଖିଥିଲେ । ସରକାରଙ୍କ ଗାଇଡ୍ଲାଇନ ଅନୁସାରେ ସ୍କୁଲ ପକ୍ଷରୁ ହୋଇଥିବା ପ୍ରସ୍ତୁତିରେ ସନ୍ତୁଷ୍ଟ ହୋଇଥିଲେ ଅତିରିକ୍ତ ନିଦେ୍ର୍ଧଶକ ଶ୍ରୀ ନାୟକ ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.