ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନିଖୋଜ ଶିଶୁମାନଙ୍କୁ ନ୍ୟାୟ ଦେବା ପାଇଁ ଲଢେ଼ଇ ଜାରି ରହିବ । ଯେ ପର୍ଯ୍ୟନ୍ତ ଏହି ଘଟଣାର ସମାଧାନ ନହେବ ସେ ପର୍ଯ୍ୟନ୍ତ ଲଢେଇ ଜାରି ରହିବ । ଏହି ଅନେ୍ଦାଳନ ବର୍ତ୍ତମାନ ବଡ ରୂପ ନେଇସାରିଛି । ଆଗାମୀ ଦିନରେ ପ୍ରତ୍ୟେକ ରାଜ୍ୟବାସୀଙ୍କ ଘରେ ଘରେ ଏହି ଆନେ୍ଦାଳନ ହେବ ବୋଲି ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭନିଥା ଶ୍ରୀନିବାସନ କହିଛନ୍ତି ।
ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ପକ୍ଷରୁ ରବିବାର ଲିଙ୍ଗରାଜ ମନ୍ଦିରରୁ ପଦଯାତ୍ରା ଆରମ୍ଭ ହୋଇଛି । ୫ ଦିନ ଧରି ହେବାକୁ ଥିବା ଏହି ପଦଯାତ୍ରାର ପ୍ରଥମ ଦିନରେ ଯୋଗ ଦେଇ ଶ୍ରୀମତୀ ଶ୍ରୀନିବାସନ୍ କହିଛନ୍ତି ଯେ, ପରୀ ସମେତ ରାଜ୍ୟର ନିଖୋଜ ଶିଶୁମାନଙ୍କୁ ନ୍ୟାୟ ଦେବା ପାଇଁ ସମ୍ପୂର୍ଣ୍ଣ ଘଟଣାକୁ ସିବିଆଇ ଦ୍ୱାରା ତଦନ୍ତ କରାଯାଉ । ସେହିପରି ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଉ ବୋଲି ସେ ଦାବି କରିଛନ୍ତି ।
ଏହି ଅବସରରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ନୟାଗଡ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷୀୟ ଝିଅ ‘ପରୀ’ର ହୃଦୟ ବିଦାରକ ହତ୍ୟାକାରୀଙ୍କୁ ଘଣ୍ଟ ଘୋଡାଇବାର ପ୍ରୟାସ ରାଜ୍ୟବାସୀଙ୍କୁ ଗଭୀର ଆଘାତ ଦେଇଛି । ଖୋଦ୍ ରାଜ୍ୟ ସରକାରଙ୍କ ପ୍ରଭାବଶାଳୀ ମନ୍ତ୍ରୀ ଶ୍ରୀ ସାହୁ ଦୋଷୀଙ୍କୁ ଘଣ୍ଟ ଘୋଡାଇବା ସହ ସୁରକ୍ଷା ପ୍ରଦାନ କରୁଛନ୍ତି । ପ୍ରଶାସନ ପ୍ରକୃତ ଦୋଷୀକୁ ଧରିବାରେ ବିଫଳ ହୋଇଛି । ‘ପରୀ’ ହତ୍ୟାକାଣ୍ଡର ସିବିଆଇ ଦ୍ୱାରା ନିରପେକ୍ଷ ତଦନ୍ତ ଏବଂ ମନ୍ତ୍ରୀ ଶ୍ରୀ ସାହୁଙ୍କୁ ତୁରନ୍ତ ବହିଷ୍କାର ପାଇଁ ବିଜେପି ପ୍ରଥମରୁ ଦାବି କରି ଆସୁଛି । ପରୀ ସମେତ ନିଖୋଜ ଶିଶୁମାନଙ୍କୁ ନ୍ୟାୟ ଦେବା ପାଇଁ ଏହି ଲଢେଇ ଜାରୀ ରହିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ୱିତ ପାତ୍ର ପଦଯାତ୍ରା ଅବସରରେ କହିଛନ୍ତି ଯେ, ନାବାଳିକା ହତ୍ୟାକାଣ୍ଡ ଭଳି ସମ୍ୱେଦନଶୀଳ ଘଟଣାରେ ତଦନ୍ତ ପ୍ରକ୍ରିୟାରେ ବିଳମ୍ୱ ଘଟିଛି । ତେଣୁ ଏହି ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବା ସହିତ ମନ୍ତ୍ରୀ ଶ୍ରୀ ସାହୁଙ୍କୁ ତୁରନ୍ତ ବହିଷ୍କାର କରାଯାଉ । ତେବେ ଆଜିଠାରୁ ଆରମ୍ଭ ହୋଇଥିବା ୫ ଦିନିଆ ପଦଯାତ୍ରା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପ୍ରଥମ ଦିନରେ ଏହି ପଦଯାତ୍ରାରେ ଯାଇଥିବା ଦଳୀୟ ନେତା ଓ କର୍ମୀମାନେ ଯାଁଳାରେ ରାତ୍ରିଯାପନ କରିବେ । ଆସନ୍ତାକାଲି (ସୋମବାର) ଯାଁଳାରୁ ସାରୁଅ, ୨୨ ତାରିଖରେ ସାରୁଅରୁ ବୋଲଗଡ (ପିଚୁକୁଳି), ୨୩ରେ ବୋଲଗଡରୁ ଇଟାମାଟି ଏବଂ ୨୪ ତାରିଖରେ ଇଟାମାଟିରୁ ନୟାଗଡ ହୋଇ ଯଦୁପୁରଠାରେ ଯାତ୍ରା ସମାପ୍ତ ହେବ ।
ପଦଯାତ୍ରାର ପ୍ରଥମ ଦିନରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବରିÂ ନେତ୍ରୀ ସୁରମା ପାଢୀ, ରାଜ୍ୟ ଉପସଭାପତି ଭୃଗୁ ବrିପାତ୍ର, ପ୍ରଭାତୀ ପରିଡ଼ା, ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଅମର ନାୟକ, ପିଙ୍କି ପ୍ରଧାନ, ସିପ୍ରା ବାଜପେୟୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଦିଲୀପ ମହାନ୍ତି, ଡ.ଯତୀନ ମହାନ୍ତି, ବିରଞ୍ଚି ତ୍ରିପାଠୀ, ଠାକୁର ରଣଜିତ୍ ଦାସ, ଉମାକାନ୍ତ ପଟ୍ଟନାୟକ, ସୋନାଲି ସାହୁ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଭୂବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଜଗନ୍ନାଥ ପ୍ରଧାନ, ହରେକୃଷ୍ଣ ଖୁଣ୍ଟିଆ, ଭୁବନେଶ୍ୱର ଜିଲ୍ଲା ପ୍ରଭାରୀ ଭୁବନ ମୋହନ ଜେନାଙ୍କ ସମେତ ହଜାର ହଜାର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।


Comments are closed, but trackbacks and pingbacks are open.