ପଲସର ଓ ଆପାଚି ମୁହାଁମୁହିଁ ଧକ୍କା: ଜଣେ ମୃତ

Get real time updates directly on you device, subscribe now.

ଭଦ୍ରକ: ପଲସର୍ ଏବଂ ଆପାଚି ବାଇକ୍ ମୁଁହାମୁହିଁ ଧକ୍କା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ ଏବଂ ୨ଜଣ ଗୁରୁତର। ଭଦ୍ରକ ଆନନ୍ଦପୁର ରାସ୍ତାର ଶ୍ରୀବନ୍ତପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବନ୍ତ ଥାନା ଅଧିନସ୍ଥ ଶ୍ରୀବନ୍ତପୁର ନିକଟରେ ଏହି ଦୁର୍ଘଟଣା ଘଟିଛି।
ମିିଳିଥିବା ସୂଚନା ଅନୁସାରେ ପଲସର ଏବଂ ଅପର ପାର୍ଶ୍ଵରୁ ଆସୁଥିବା ଆପାଚି ବାଇକ୍ ମଧ୍ୟରେ ମୁଁହାମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଆପାଚି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ହେଲେ ପ୍ରଫୁଲ୍ଲ, ତାଙ୍କର କେଉଁଠି ଜଣାପଡି ନାହିଁ। ଅନ୍ୟ ୩ ଜଣଙ୍କ ମଧ୍ୟରୁ ଜଣେ ବନ୍ତ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ୨ ଗୁରୁତର ହେଲେ ଶ୍ରୀଧର ଜେନା ଏବଂ ବସନ୍ତ ଦାସ। ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons