ପାଇଖାନାରେ ଜୀବନ କାଟୁଛନ୍ତି ବୃଦ୍ଧା

Get real time updates directly on you device, subscribe now.

ବାରିପଦା,(ବି.ବି.ନ୍ୟୁଜ୍): ଆଧାର କାର୍ଡ ଓ ବିପିଏଲ କାର୍ଡ ଅଛି । ତଥାପି ମିଳିନି ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘର । ମୁଣ୍ଡ ଗୁଞ୍ଜିବାକୁ ଚାଳ ନାହିଁ । ସ୍ୱଚ୍ଛଭାରତ ମିସନରେ ମିଳିଥିବା ଶୌଚାଳୟରେ ଜୀବନ କାଟୁଛନ୍ତି ୬୦ ବର୍ଷୀୟା ଚାନ୍ଦମଣି । ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗାଁର ବିଧବା ଚାନ୍ଦମଣି ସିଂ । ସ୍ୱାମୀଙ୍କ ମୃତ୍ୟୁ ପରେ କୌଣସି ପ୍ରକାରେ କାମଧନ୍ଦା କରି ପେଟକୁ ଦାନା ଯୋଗାଡ଼ କରୁଛନ୍ତି, କିନ୍ତୁ ଘର ତିଆରି କରିବାର ଶକ୍ତି ନାହିଁ । କାହା ଘର ବାରଣ୍ଡାରେ ଆଶ୍ରୟ ନେବା ଅପେକ୍ଷା ୩ ଫୁଟ ଓସାର, ୪ ଫୁଟ ଲମ୍ବର ପାଇଖାନା ଘର ହୋଇଛି ଚାନ୍ଦମଣିଙ୍କ ଆଶ୍ରୟସ୍ଥଳୀ । ସେଇ ଛୋଟ ଘରଟି ଭିତରେ ଗୋଟିଏ କଡ଼ରେ ରହିଛି କୁଲା, ପାଛିଆ ଓ ଅନ୍ୟାନ୍ୟ ଘରକରଣା ଜିନିଷ । ବାକି ଜାଗାରେ କଷ୍ଟରେ ରହୁଛନ୍ତି ଦୁଇ ବର୍ଷ ହେଲା ଚାନ୍ଦମଣି ।
ଏମିତି ନୁହେଁ ଯେ ବିଧବା ଚାନ୍ଦମଣିଙ୍କ ଦୁର୍ଦ୍ଦଶା କେହି ଜାଣନ୍ତି ନାହିଁ । ଘର ଖଣ୍ଡିଏ ପାଇଁ ସେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକରେ ଗୁହାରି କରିଛନ୍ତି । ମାତ୍ର ବାରମ୍ବାର ଦୌଡ଼ିବା ପରେ ବି ତାଙ୍କ କଥା କେହି ଶୁଣି ନାହାନ୍ତି । ଗାଁର ୱାର୍ଡମେମ୍ବର ଠାରୁ ଆରମ୍ଭ କରି ସରପଞ୍ଚ ଓ ବ୍ଲକର ପ୍ରଶାସନିକ ଅଧିକାରୀଙ୍କ ଆଖିରେ ପଡୁଥିଲେ ମଧ୍ୟ କେହି ଚାନ୍ଦ ମଣିଙ୍କ ପ୍ରତି ନଜର ଦେଇ ନାହାନ୍ତି । ତାଙ୍କର ନିଜର ବୋଲି ଆଉ କେହି ନାହାନ୍ତି । ସରକାର ଗରିବ ଆଦିବାସୀଙ୍କ ନିମନ୍ତେ ଯୋଜନା ପରେ ଯୋଜନା କରିଚାଲିଥିବା ବେଳେ ପ୍ରାଶାସନିକ ବାବୁ ମାନଙ୍କର ଦାୟିତ୍ୱ ହୀନତା ଯୋଗୁଁ ସରକାରୀ ଯୋଜନା ଗୁଡିକ ଯେ ସଠିକ୍ ଭାବେ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନି ଏହା ତାର ଜ୍ୱଳନ୍ତ ଉଦାହରଣ ବୋଲି କହିଛନ୍ତି ଗୋବିନ୍ଦପୁରବାସୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons