କୋଟପାଡ,(ବି.ବି.ନୁ୍ୟଜ୍): ପାଇଖାନା ଟାଙ୍କି ନିର୍ମାଣ ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ଶ୍ରମିକଙ୍କ ମୃତୁ୍ୟ ହୋଇଛି ଓ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଏଭଳି ଅଘଟଣ ଘଟିଛି ସ୍ଥାନୀୟ ସୌରାସାହିରେ । ମୃତକ ହେଲେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସେମଳା ପଞ୍ଚାୟତର ଡୁମରଧର ମାଝୀ (୨୩) । ଗୁ ରୁତର ଶ୍ରମିକଙ୍କ ନାଁ ପଦ୍ମନ ଚାଲାଣ(୨୫) । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି । ଗୁରୁତର ପଦ୍ମନଙ୍କୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ସୌରାସାହିର ମିସ୍ତ୍ରୀ ଗୋପୀନାଥ ସାହୁ ତାଙ୍କ ପାଇଖାନା କାମ କରାଉଥିଲେ । ସେମଳା ପଞ୍ଚାୟତର ୩ଜଣ ଯୁବକ ଶ୍ରମିକ ଭାବେ କାମ କରୁଥିଲେ । ଆଜି ପଦ୍ମନ ଓ ଡୁମରଧର ପାଇଖାନା ଗାତ ଭିତରକୁ ପଶି କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ସେମାନଙ୍କୁ ବାହାରକୁ ଅଣାଯାଇ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ଡୁମରଧରଙ୍କୁ ମୃତ ଘୋଷଣା କରିଥିଲେ । ପଦ୍ମନଙ୍କୁ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ବିଶ୍ୱକର୍ମା ରାଜମିସ୍ତ୍ରୀ ସଂଘ ପରାମର୍ଶଦାତା ଗୁପ୍ତକୈଳାସ ମହାନ୍ତି, ଯୀଶୁଦାନ ଗରଡା, ବିଜେଡି ନେତା ବୀରେନ ବିଷୋୟୀ, ଉମା ପ;ନାୟକ, କୁଞ୍ଜବିହାରୀ ପ;ନାୟକ ପ୍ରମୁଖ ସେଠାରେ ପହଞ୍ଚିଥିଲେ । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । କାମ କରାଉଥିବା ମାଲିକଙ୍କ ତରଫରୁ ମୃତାହତଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଥିଲା । ଏ ସଂପର୍କରେ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ପୁଲିସ ଅଧିକାରୀ ଶରତ କୁମାର ସାହୁ କହିଛନ୍ତି ।
Comments are closed, but trackbacks and pingbacks are open.