ପାଇପ୍ ଚୋରି ମାମଲାରେ ୩ ଗିରଫ

Get real time updates directly on you device, subscribe now.

ବନ୍ଧୁଗାଁ: ବନ୍ଧୁଗାଁ ଥାନା ଅଞ୍ଚଳରୁ ପାଣି ପାଇପ୍ ଚୋରି ମାମଲାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଗଜାବାଡି ଗାଁର ଦୀନବନ୍ଧୁ କୁଡିଆ, କାଣ୍ଟୁ ହୁରୁକା ଓ ଗାରିଡି ଗାଁର ଦୟାନିଧି ବେହେରା । ସେମାନଙ୍କ ପାଖରୁ ଚୋରି ହୋଇଥିବା ୧୨ଟି ପାଇପ୍ ଉଦ୍ଧାର କରାଯାଇଛି । ଗିରଫ ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସବ୍ୟସାଚି ଶଥପଥୀ ସୂଚନା ଦେଇଛନ୍ତି ।
ସୂଚନାଥାଉକି, ଗାରିଡି ପଞ୍ଚାୟତ କ୍ୱାରେଣ୍ଟାଇନ୍ ହଲ୍ରେ ନଳକୂଅ ମରାମତି ଲାଗି ୧୨ଟି ପାଇପ୍ ରଖାଯାଇଥିଲା । ଗତ ୨୧ ତାରିଖରେ ଏହି ପାଇପ୍ଗୁଡିକ ଚୋରି ହୋଇଯାଇଥିଲେ । ଚୋରି ପାଇପ୍ଗୁଡିକର ଆନୁମାନିକ ମୂଲ୍ୟ ୧୦ ହଜାର ଟଙ୍କା ହେବ ବୋଲି ସରପଞ୍ଚ ମାଟି ମାଣ୍ଡିଙ୍ଗ ବନ୍ଧୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ୍ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ୯ ଦିନ ପରେ ଚୋରି ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ପାଇପ୍ଗୁଡିକୁ ଉଦ୍ଧାର କରାଯାଇଛି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons