ପାକ୍ ସାମ୍ବାଦିକାଙ୍କ ସହ ରାତି କଟାଇଥିଲେ ଥରୁର

Get real time updates directly on you device, subscribe now.

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶୀ ଥରୁରଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପତ୍ନୀ ସୁନନ୍ଦା ପୁଷ୍କରଙ୍କ ସନେ୍ଦହଜନକ ମୃତୁ୍ୟ ମାମଲାରେ ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ଦିଲ୍ଲୀ ପୁଲିସ । ତାଙ୍କ ବିରୋଧରେ ପତ୍ନୀ ସୁନନ୍ଦାଙ୍କୁ ନିର୍ଯାତନା ଦେବା ଏବଂ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିବା ଅଭିଯୋଗରେ ଚାର୍ଜଫ୍ରେମ୍ କରିବାକୁ ପୁଲିସ ସ୍ୱତନ୍ତ୍ର ସିବିଆଇ ଅଦାଲତରେ ଦାବି କରିଛି । ମାନସିକ ନିର୍ଯାତନା ଏବଂ ଥରୁରଙ୍କ ଅବୈଧ ସମ୍ପର୍କ ପାଇଁ ସୁନନ୍ଦା ଆତ୍ମହତ୍ୟା କରିଥିଲେ ।
ପୁଲିସ ଆଜି ଅଦାଲତଙ୍କୁ ଅବଗତ କରାଇଛି କି ମୃତୁ୍ୟର ବର୍ଷକ ପୂର୍ବରୁ ଥରୁର ଓ ସୁନନ୍ଦାଙ୍କ ମଧ୍ୟରେ କିଛି କାରଣରୁ ପ୍ରବଳ ଝଗଡା ହେଉଥିଲା । ଝଗଡା ହେବାର ଗୋଟିଏ କାରଣ ଥିଲା ଜଣେ ପାକିସ୍ତାନୀ ସାମ୍ବାଦିକା ମେହର ତରାରଙ୍କ ସହ ଥରୁରଙ୍କ ଅବୈଧ ସମ୍ପର୍କ । ସୁନନ୍ଦାଙ୍କ ଜଣେ ଘରୋଇ ସହାୟକଙ୍କ ବୟାନକୁ ଉଦ୍ଧୃତ କରି ପୁଲିସ କହିଛି କି ଥରୁର ୨୦୧୩ ଜୁନରେ ଦୁବାଇରେ ମେହର ତରାରଙ୍କ ସହ ତିନି ରାତି କଟାଇଥିଲେ । ଏହାକୁ ନେଇ ପରେ ସୁନନ୍ଦାଙ୍କ ସହ ତାଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା ଏବଂ ଏହି ଝଗଡା ରାତି ୪ଟା ଯାଏଁ ଚାଲିଥିଲା ।
ସୁନନ୍ଦାଙ୍କ ଜଣେ ବାନ୍ଧବୀଙ୍କ ବୟାନକୁ ଉଦ୍ଧୃତ କରି ପୁଲିସ କହିଛି କି ଥରୁର ଏବଂ ତରାରଙ୍କ ମଧ୍ୟରେ ଫୋନ ଯୋଗେ ନିୟମିତ ରୋମାଣ୍ଟିକ ବାର୍ତ୍ତାଳାପ ଚାଲୁଥିଲା । ଥରେ ତ୍ରିଭେନ୍ଦ୍ରମରୁ ବିମାନରେ ଆସୁଥିବା ସମୟରେ ଥରୁର ଟୟଲେଟ ଯାଇଥିଲେ । ଏହି ସମୟରେ ସୁନନ୍ଦା ତାଙ୍କ ଫୋନରୁ ଉକ୍ତ ମେସେଜଗୁଡିକ ପଢିଥିଲେ । ସେଥିରେ ଥରୁରଙ୍କୁ ବିବାହ କରିବା ପାଇଁ ତରାର ଦେଇଥିବା ବାର୍ତ୍ତା ବି ଥିଲା । ତା’ଛଡା ନିର୍ବାଚନ ପରେ ସୁନନ୍ଦାଙ୍କୁ ଥରୁର ଛାଡପତ୍ର ଦେବେ ବୋଲି ଗୋଟିଏ ମେସେଜରେ ଉଲ୍ଲେଖ କରାଯାଇଥିଲା ।
ପୁଲିସ ପ୍ରଥମ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି କୋର୍ଟଙ୍କୁ ଜଣାଇଛି ଯେ ସୁନନ୍ଦାଙ୍କ ମୃତୁ୍ୟରେ ଇଞ୍ଜେକସନର ବ୍ୟବହାର କରାଯାଇଛି । ସେ ନିଜେ ଇଞ୍ଜେକସନ ଯୋଗେ ବିଷ ନେଇଛନ୍ତି ନଚେତ ତାଙ୍କୁ ଏପରି ଉପାୟରେ ବିଷ ଦେଇ ହତ୍ୟା କରାଯାଇଛି । ସେହିପରି ଫୋରେନସିକ ବିଶ୍ଲେଷଣରୁ ତାଙ୍କର ମୃତୁ୍ୟ ସ୍ୱାଭାବିକ ନଥିଲା ବୋଲି ସ୍ପଷ୍ଟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons