ପାଚେରୀରୁ ଖସିପଡ଼ି ବାପାର ନାକ ଫାଟିଲା

Get real time updates directly on you device, subscribe now.

ପରଜଙ୍ଗ,(ବି.ବି.ନୁ୍ୟଜ୍): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଗଡ଼ପଳାଶୁଣି ହାଇସ୍କୁଲ ମାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ଶନିବାର ଏକ ଅଭାବନୀୟ ଘଟଣା େଽଖିବାକୁ ମିଳିଥିଲା । ଝିଅକୁ କପି େଽବାକୁ ଯାଇ ବାପା ଲହୁଲୁହାଣ ହୋଇଛନ୍ତି । ପାଚେରୀ ଡେଇଁ ସ୍କୁଲ୍ ହତାକୁ ପଶିବାକୁ ଉଽ୍ୟମ କରୁଥିବା ବେଳେ ପୁଲିସ ଗୋଡ଼ାଇବାରୁ ଖସି ପଡ଼ି ବାପାର ନାକ ଫାଟି ଯାଇଛି । ଉପସ୍ଥିତ ପୁଲିସ୍ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା କରାଇ ଛାଡ଼ିଛନ୍ତି ।
ସୂଚନା ଅନୁଯାୟୀ, ଆଜି ଇଂରାଜୀ ବିଷୟ ପରୀକ୍ଷା ଚାଲିଥିଲା । ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅ%ୀନ ଗଡ଼ପଳାଶୁଣି ହାଇସ୍କୁଲ କେନ୍ଦ୍ରରେ ଝିଅ ପରୀକ୍ଷା େଽଉଥିବାରୁ ପଥରଗଡ଼ ଗ୍ରାମର ଡମ୍ବରୁ ସାହୁ ସେଠାକୁ ଯାଇଥିଲେ । ସୁଯୋଗ େଽଖି କପି ଯୋଗାଇ େଽବାକୁ ପାଚେରୀ ଡେଇଁ ସ୍କୁଲ ପରିସରକୁ ପ୍ରବେଶ କଲା ବେଳେ ନିୟୋଜିତ ସୁରକ୍ଷା କର୍ମୀ ବାରଣ କରିଥିଲେ । ଶ୍ରୀ ସାହୁ ନମାନିବାରୁ ସୁରକ୍ଷା କର୍ମୀ ଗୋଡ଼ାଇଥିଲେ । ତରତର ହୋଇ ପଳାଇ ଯିବାକୁ ଉଽ୍ୟମ କରୁଥିବା ବେଳେ ଡମ୍ବରୁ ପାଚେରୀ ଉପରୁ ଖସି ପଡ଼ିଥିଲେ । ଭାରସାମ୍ୟ ହରାଇ ମୁହଁ ମାଡ଼ି ତଳେ ପଡ଼ିଯିବାରୁ ତାଙ୍କର ନାକ ଫାଟିଯାଇଥିଲା । ରକ୍ତ ସ୍ରାବ ହେବାରୁ ଉପସ୍ଥିତ ପୁଲିସ୍ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଏକ ଗାଡ଼ିରେ ପରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ଡମ୍ବରୁ ଘରକୁ ଫେରିଥିବା ଜଣାଯାଇଛି । ଝିଅକୁ କପି େଽବାକୁ ଯାଇ ବାପାର ନାକ ଫାଟିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons