ପାଠକଙ୍କ କୋରାପୁଟ ଲିଙ୍କ୍

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ): ବହୁ କୋଟି ଟଙ୍କା ଦୁର୍ନୀତିରେ ଗିରଫ ହୋଇ ଜେଲ୍ରେ ଥିବା ଆଇଏଫ୍ଏସ ଅଫିସର ଅଭୟ ପାଠକଙ୍କ କୋରାପୁଟ ଲିଙ୍କ୍ ରହିଛି । ଏହା ଜଣାପଡିବା ପରେ ଭିଜିଲାନ୍ସ ଟିମ ଆଜି ଏଠାରେ ବିଭିନ୍ନ ବ୍ୟାଙ୍କ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ ଉପରେ ଚଢଉ କରିଛି ।
ଭିଜିଲାନ୍ସ ଇନ୍ସପେକ୍ଟର ରୁକଧର ନାୟକ, ଇନ୍ସପେକ୍ଟର ବଙ୍କିମ ଚନ୍ଦ୍ର ବୋବାଲି ଓ ଇନ୍ସପେକ୍ଟର ବିନୟ କୁମାର ରାୟଙ୍କ ସହିତ ଏକ ୫ ଜଣିଆ ଟିମ ଏହି ଚଢଉରେ ସାମିଲ ହୋଇଛନ୍ତି । ଏଠାରେ ଥିବା ଏସ୍ବିଆଇ, ଆଇଓବି, କେସିସି ଏବଂ ୟୁକୋ ବ୍ୟାଙ୍କ ଶାଖାରେ ଶ୍ରୀ ପାଠକଙ୍କ ସମୟରେ ହୋଇଥିବା ଅର୍ଥ ଦେଣନେଣ କାରବାରର କାଗଜପତ୍ର ଯାଞ୍ଚ କରିଛନ୍ତି । ପରେ ପରେ ସ୍ଥାନୀୟ ଜୀବନବୀମା ଏବଂ ଡାକ କାର୍ଯ୍ୟାଳୟରେ ପହଞ୍ଚି ଅଧିକାରୀମାନେ ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି । ଶ୍ରୀ ପାଠକ ୨୦୦୬ ଜୁନ ୨୬ ତାରିଖରୁ ୨୦୦୮ ମେ ୩୧ ପର୍ଯ୍ୟନ୍ତ କୋରାପୁଟରେ ଆର୍ସିସିଏଫ୍ ଭାବେ କାମ କରିଥିଲେ । ଭିଜିଲାନ୍ସ ଏସପି ଶଶିଶେଖର ମହାପାତ୍ର କହିଛନ୍ତି, ଆଜି ତାଙ୍କ ଟିମ୍ ଶ୍ରୀ ପାଠକଙ୍କ ସମୟରେ ହୋଇଥିବା ବିଭିନ୍ନ ଆର୍ଥିକ କାରବାର ଉପରେ ତଥ୍ୟ ସଂଗ୍ରହ କରିଛି । ସେ ଏଠାରେ କେତେଦିନ କାମ କରିଥିଲେ, କେତେ ଦରମା ପାଉଥିଲେ, କେଉଁ କେଉଁ ବ୍ୟାଙ୍କରେ ଆର୍ଥିକ ପରିଚାଳନା କରିଥିଲେ-ସେ ସମ୍ପର୍କିତ ରେକର୍ଡ ଯାଞ୍ଚ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons