ପାଣିରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ

Get real time updates directly on you device, subscribe now.

ବାସୁଦେବପୁର: ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ଗୋବିନ୍ଦପୁର ପଞ୍ଚାୟତ ବ୍ରଜାନନ୍ଦପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟଛି । ପୋଖରୀରେ ଗାଧୋଉଥିବା ବେଳେ ୨ ସଂପର୍କୀୟ ଭଉଣୀ ପାଣିରେ ବୁଡ଼ି ମୃତୁ୍ୟବରଣ କରିଛନ୍ତି । ମୃତ ୨ ଭଉଣୀ ହେଉଛନ୍ତି ଗ୍ରାମର ଚଗୁଲୁ ଘଡେ଼ଇଙ୍କ ଝିଅ ଲକ୍ଷ୍ମୀପ୍ରିୟା(୧୨) ଓ ବାଂଶଡା ଥାନା ବାଲିଦାଣ୍ଡି ଗ୍ରାମର ଧନେଶ୍ୱର ବାରିକଙ୍କ ଝିଅ ଟିକି (୯) ।
ଦିନବେଳେ ଲକ୍ଷ୍ମୀପ୍ରିୟା ଓ ଟିକି ଘର ପଛ ପାଖ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ବେଳେ ୨ ଜଣଙ୍କ ପାଦ ଗଭୀର ପାଣିକୁ ଖସି ଯାଇଥିଲା । ଫଳରେ ପୋଖରୀରେ ଦୁଇ ଜଣ ଯାକ ବୁଡ଼ି ଯାଇଥିଲେ । ସେମାନେ ଚିକ୍ରାର କରିଥିଲେ ହେଲେ ଗାଧୋଉଥିବା ବେଳେ ମଜ୍ଜା କରୁଥିବା ଭାବି ପରିବାର ଲୋକେ ପୋଖରୀ ପାଖକୁ ଯାଇ ନଥିଲେ । ଏହାର କିଛି ସମୟ ପରେ ସେମାନଙ୍କ ପାଟି ଶୁଣା ଯାଇ ନଥିଲା । ପରିବାର ଲୋକେ ପୋଖରୀ ପାଖକୁ ଯାଇ ଆଉ ସେମାନଙ୍କୁ ଦେଖିବାକୁ ପାଇ ନଥିଲେ । ଖୋଜାଖୋଜି କରିବା ପରେ ଉଭୟଙ୍କୁ ଗଭୀର ଜଳ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ନାୟକାଣିଡିହି ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା । ମାତ୍ର ସେଠାରେ ଚିକିତ୍ସାର ସୁବିଧା ନଥିବାରୁ ଉଭୟଙ୍କୁ ବାସୁଦେବପୁର ଡାକ୍ତରଖାନା ନେଇଯିବାକୁ ପରାମର୍ଶ ଦିଆଯାଇଥିଲା । ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଏହା ଆସି ନଥିଲା । ପରେ ପରିବାର ଲୋକେ ୨ ଜଣଙ୍କୁ ୨ଟି ମୋଟରସାଇକେଲରେ ବାସୁଦେବପୁର ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତୁ୍ୟ ଖବର ପ୍ରଚାରିତ ହେବା ପରେ ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପ୍ରକାଶ ଥାଉକି, ଟିକି ବାରିକ୍ ଘର ବାଂଶଡା ଥାନା ବାଲିଦଣ୍ଡା ଗାଁରେ ହୋଇଥିବା ବେଳେ ଅଜା ଘରେ ରହି ସେ ପାଠ ପଢୁଥିଲା । ରଜରେ ଘରକୁ ବୁଲିଯିବା ପାଇଁ ତା’ ବାପାମା’ଙ୍କୁ ଆଜି ସେ ଫୋନ୍ କରିଥିଲେ । ଦଃଖରେ ଅଜା ଭୋ ଭୋ ହୋଇ କାନ୍ଦି ଏହି କଥା ପ୍ରକାଶ କରିଥିଲେ । ଖବର ପାଇ ପୁଲିସ ବାସୁଦେବପୁର ଡାକ୍ତରଖାନାରେ ପହଞ୍ଚି ୨ଟି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏନେଇ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons