ପାଣିରେ ଭାସୁଛି ଯୁବକଙ୍କ ମୃତଦେହ

Get real time updates directly on you device, subscribe now.

ଦେବଗଡ, : ଦେବଗଡ ଥାନା ଅନ୍ତର୍ଗତ ନୂଆଭୂଇଁ ଗ୍ରାମରେ ଜଣେ ପାଣି ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଲେ ସେହି ଗ୍ରାମର ଶଶୀଭୂଷଣ ଭୋଇ।
ମୃତ ଶଶୀ ବୁଧବାର ସକାଳେ ନିଜ ଘରୁ କାମ କରିବାକୁ ବାହାରି ଯାଇଥିଲେ। ପ୍ରତ୍ୟେକ ଦିନ ସେ ସଂଧ୍ୟା ସମୟରେ ଘରକୁ ଫେରୁଥିବା ବେଳେ ଗତକାଲି ଫେରି ନଥିଲେ । ଗୁରୁବାର ତାଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଶୌଚ ପାଇଁ ନିକଟସ୍ଥ ମାଙ୍କଡ଼ାନାଳକୁ ଯାଇଥିବା ବେଳେ ଶଶୀଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ଶଶୀଙ୍କ ଓଠ ଓ ଆଖି ପତା ଧଳା ରଙ୍ଗର ହୋଇଯାଇଥିବା ବେଳେ ଦୁଇ କାନ କଟିଯାଇ ରକ୍ତ ବାହାରୁଥିବା ଜଣାପଡିଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ଖବରପାଇ ଦେବଗଡ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons