ପାଣି ପାଇଁ ଡହଳବିକଳ ଗ୍ରାମବାସୀ

Get real time updates directly on you device, subscribe now.

ଇନ୍ଦ୍ରାବତୀ, (ଗଗନ ଗନ୍ତାୟତଙ୍କ ରିପୋର୍ଟ):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଗ୍ରାମପଞ୍ଚାୟତରେ ପାନୀୟ ଜଳ ପାଇଁ ସମସ୍ୟା ଲାଗିରହିଛି । ପନ୍ଦର ଦିନ ଆଗରୁ ଦୁଇ ନମ୍ବର ୱାର୍ଡରେ ପାନୀୟଜଳ ପାଇଁ ହାହାକାର ହେଉଥିବାବେଳେ ଏହାର ମରାମତିର ଦିନ କେଉଟା ନ ହେଉଣୁ ପୁଣି ପାନୀୟଜଳ ପାଇଁ ତିନି ନମ୍ବର ୱାର୍ଡରେ ଟୋପାଏ ପାଣି ପାଇବାକୁ ହନ୍ତସନ୍ତ ହେଉଛନ୍ତି । ଅଭିଯୋଗ ପରେ ଅଭିଯୋଗ କଲେ ବି ବ୍ଲକ ପାନୀୟ ଜଳ ବିଭାଗର ଅଧିକାରୀମାନେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି । କିଛିଦିନ ଆଗରୁ ବେପାରିସାହିରେ ନଳକୂପ ମରାମତି କାର୍ଯ୍ୟ ଶେଷ ହେବା ପରେ ତିନି ନମ୍ବର ୱାର୍ଡରେ ପାନୀୟଜଳର ଅସୁବିଧା ମୁଣ୍ଡ ଟେକିଛି । ମରାମତି ପାଇଁ କାମତା ସରପଞଞ୍ଚକୁ ଜଣାଇଥିଲେ ବି ସରପଞ୍ଚ ଗୁରୁତ୍ୱ ନ ଦେବା ଦୁଃଖର ବିଷୟ ବୋଲି ଗ୍ରାମବାସୀ କହିଛନ୍ତି । କିନ୍ତୁ ମରାମତି ହେଉନି । ଗତକାଲି କାମତା କାର୍ଯ୍ୟାଳୟରେ ଯାଉଥିବାବେଳେ ୩ ୱାର୍ଡର ମହିଳାଙ୍କ ସମ୍ମୁଖରେ ସମ୍ମୁଖୀନ ହେଲେ । ୨ଦିନରେ ଯୁଦ୍ଧକାଳୀନ ଗ୍ରାମର ୩ ନଳକୂପ ମରାମତି ପାଇଁ ପାନୀୟଜଳ ବିଭାଗକୁ ଅବଗତ କରାଇଛନ୍ତି ବୋଲି ସୂଚନା ଦେଇଛନ୍ତି । ଏପଟେ ୪ନଂ ୱାର୍ଡ ତାବଲା ମାଝୀଗୁଡାରେ ମାସ ମାସ ହେଲା ଗ୍ରାମରେ ଗୋଟିଏ ନଳକୂପ ଅଚଳ ହୋଇ ଅଭିଯୋଗ କରିଛନ୍ତି । କିନ୍ତୁ ପ୍ରଶାସନ ତିଆରି କରି ନଥିବା ଗ୍ରାମର ମହିଳାମାନେ ସମେତ ଗ୍ରାମର ହରି ବେପାରୀ ଅଭିଯୋଗ କରିଛନ୍ତି । ଗ୍ରାମରେ ଜନ ପ୍ରତିନିଧିମାନେ ନିଜ ଗ୍ରାମର ପାନୀୟଜଳ ଟୋପାଏ ଯୋଗାଇ ଦେବାକୁ ସମର୍ଥ ହୋଇପାରୁ ନଥିବାବେଳେ ଅନ୍ୟ ସମସ୍ୟା କିଭଳି ସମାଧାନ କରିବେ ବୋଲି କହିଛନ୍ତି । ତୁରନ୍ତ ମରାମତି କରିି ପାଣି ଯୋଗାଇବାକୁ ସେ ବିଭାଗୀୟ ଅଧିକାରୀକୁ ନିବେଦନ କରିଛନ୍ତି । ଯଦି ଦୁଇଦିନରେ ମରାମତି ନ ହେଲା ଗ୍ରାମପଞ୍ଚାୟତ ସମ୍ମୁଖରେ ଧାରଣାରେ ବସିବେ ବୋଲି ଗ୍ରାମର ମହିଳାମାନେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons