ପାଣି ପାଇଁ ବାଗାମବାସୀ ଡହଳବିକଳ

Get real time updates directly on you device, subscribe now.

ନାରାୟଣପାଟଣା,(ବି.ବି.ନୁ୍ୟଜ): କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ କୁମ୍ଭାରୀ ପଞ୍ଚାୟତର ବାଗାମ ଗାଁରେ ଦେଖାଦେଇଛି ଉକ୍ରଟ ପାଣି ସମସ୍ୟା । ଗାଁରେ ଥିବା ଏକମାତ୍ର ସୋଲାର୍ ପ୍ରକଳ୍ପ ଦୀର୍ଘ ୧ ବର୍ଷ ହେଲା ଅଚଳ ହୋଇପଡିଛି । ଏହାର ମରାମତି ଦିଗରେ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଗାଁ ଲୋକେ ଖରା ଆରମ୍ଭରୁ ପାଣି ପାଇଁ ଡହଳବିକଳ ହେଉଛନ୍ତି ।
ବାଗାମ ଗାଁରେ ରହିଛି ଦୁଇଟି ସାହି । ଶହେରୁ ଅଧିକ ପରିବାର ବସବାସ କରୁଛନ୍ତି । ସେମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲାଗି ଆର୍ଡବ୍ଲୁ୍ୟଏସ୍ଏସ୍ ପକ୍ଷରୁ ୪ ବର୍ଷ ତଳେ ଏକ ସୋଲାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ତାହା ବର୍ଷେ ହେଲା ଖରାପ ହୋଇପଡିଛି । ଗାଁ ଲୋକେ ବାଧ୍ୟ ହୋଇ ଗାଁରେ ଥିବା ଏକମାତ୍ର ନଳକୂଅରୁ ପାଣି ସଂଗ୍ରହ କରୁଛନ୍ତି । ରାତି ପାହିଲେ ଲାଗୁଛି ଲମ୍ବାଧାଡିÿ । ଅନେକ ସମୟରେ ପାଣି ସଂଗ୍ରହକୁ କେନ୍ଦ୍ର କରି ମହିଳାମାନଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେଉଛି ।
ଗାଁର ମହିଳାମାନେ କହିଛନ୍ତି, ଏ ସମ୍ପର୍କରେ ସେମାନେ ବହୁବାର ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ ଏବଂ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇଛନ୍ତି । କିନ୍ତୁ ଏହାର ମରାମତି କିମ୍ବା ନୂତନ ପ୍ରକଳ୍ପ ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିବା ୱାର୍ଡମେମ୍ବର ମଞ୍ଜୁଳା ଖୋସଲାଙ୍କ ସମେତ ପୁଲୁ ହବିକା, ରାମାରାଓ, ରଞ୍ଜୁ ହବିକା, ସିନପା ହବିକା, ମାଳତି ହବିକା ପ୍ରମୁଖ ଅଭିଯୋଗ କରିଛନ୍ତି । ପାଣି ଅଭାବରୁ କେତେକ ମହିଳା ପାଖ ଝରଣା ଉପରେ ନିର୍ଭର କରୁଛନ୍ତି । ଏ ସମ୍ପର୍କରେ ଆମେ ବିଭାଗୀୟ ଯନ୍ତ୍ରୀ ଦିବ୍ୟ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, କେବଳ ବାଗାମ ନୁହେଁ, ଅନ୍ୟ ୩ଟି ସ୍ଥାନରେ ସୋଲାର ପ୍ରକଳ୍ପ ଅଚଳ ହୋଇପଡିଛି । ଏହାର ପ୍ଲେଟ୍ କିମ୍ବା ବ୍ୟାଟେରୀ ଖରାପ ହୋଇଥାଇପାରେ । ଏହାର ମରାମତି ଲାଗି ଏଠାରେ କୌଣସି କର୍ମଚାରୀଙ୍କ ଅଭିଜ୍ଞତା ନାହିଁ । ତେଣୁ ପ୍ରକଳ୍ପ ନିର୍ମାଣ କରିଥିବା ସଂସ୍ଥାକୁ ଜଣାଇ ଦିଆଯାଇଛି । ଆସନ୍ତା ସପ୍ତାହକ ମଧ୍ୟରେ ବୈଷୟିକ ଟିମ୍ ଆସି ଏହାର ମରାମତି କରିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons