ପାନୀୟ ଜଳଯୋଗାଣ ଉପରେ ଗୁରୁତ୍ୱ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ): କୋରାପୁଟରେ ଆଜି ଜିଲ୍ଲାପରିଷଦର ସ୍ୱତନ୍ତ୍ର ବୈଠକ ଅନୁÂିତ ହୋଇଯାଇଛି । ସ୍କୁଲ, ଅଙ୍ଗନବାଡ଼ି ଓ ଦୁର୍ଗମ ଅଞ୍ଚଳରେ ପାନୀୟ ଜଳକଷ୍ଟ ଦୂର ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଅଚଳ ନଳକୂପ ମରାମତି ସହିତ ସୋଲାର ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳଯୋଗାଣ ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ସେହିପରି ସିସିରୋଡ଼, ସ୍କୁଲ ଓ ଅଙ୍ଗନବାଡ଼ିର ଅତିରିକ୍ତ ଶ୍ରେଣୀଗୃହ, ଗାଁକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ କଲଭର୍ଟ ନିର୍ମାଣ, ବିଭିନ୍ନ ବ୍ଲକରେ କୃଷିର ବିକାଶ ପାଇଁ ଚେକ୍ଡ଼୍ୟାମ ନିର୍ମାଣ, ସ୍କୁଲ ପାଚେରୀ ନିର୍ମାଣ ନେଇ ବୈଠକରେ ଅନୁମୋଦନ କରାଯାଇଥିଲା । ଜିଲ୍ଲାପରିଷଦ ସଭାପତି ତୁଳସୀ କିର୍ଷାନୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦେବେନକୁମାର ପ୍ରଧାନ, ପିଡ଼ି ଡ଼ିଆରଡ଼ିଏ ପ୍ରବୀରକୁମାର ନାୟକ, ଅତିରିକ୍ତ ପିଡ଼ି ମହେଶ୍ୱର ନାୟକ, ଜିଲ୍ଲାପରିଷଦ ଉପସଭାପତି ନାର୍ସୁଲ କାମୁଡ଼ି, ଜିଲ୍ଲା ପଞ୍ଚାୟତ ଅଧିକାରୀ ସ୍ୱଦେଶ ପଟ୍ଟନାୟକଙ୍କ ସହିତ ଜିଲ୍ଲାପରିଷଦ ସଦସ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ତେବେ ବୈଠକରେ ବିଧାୟକ ଓ ସାଂସଦ କେହି ହେଲେ ଉପସ୍ଥିତ ନଥିଲେ । କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଆଜି କୋଟିଆ ଗସ୍ତରେ ଯାଇଥିବାରୁ ବୈଠକରେ ଅନୁପସ୍ଥିତ ଥିଲେ । ସେହିପରି ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଶାସକଦଳର ବିଧାୟକମାନେ ଯାଇଥିବାରୁ ସେମାନେ ମଧ୍ୟ ବୈଠକରେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons