
ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ): ମାତୃଭୂମି ଏବଂ ମାତୃଭାଷାକୁ ସୁରକ୍ଷା ଦେବାରେ ସରକାର ଯେତିକି ବିଫଳ । ତେଣୁ ଆଜି ଉଭୟ ମାତୃଭୂମି ଏବଂ ମାତୃଭାଷା ବିପଦରେ । ଏଭଳି କହିବାର ମାନେ ବୁଝିବାକୁ ହେଲେ ଓଡ଼ିଶାର ଏନ୍ତୁଡ଼ିଶାଳ କୁହାଯାଉଥିବା ପାରଳାଖେମୁଣ୍ଡି ସହରର ସ୍ଥିତିକୁ ଦେଖିବାକୁ ହେବ । ଏଠାରେ ଅଣଓଡ଼ିଆ ଭାଷାର ପ୍ରଭାବ ଏତେ ଯେ, ଓଡ଼ିଆ ଭାଷା ଏଠାରେ ନିଜର ପରିଚୟ ଖୋଜିବା ଭଳି ସ୍ଥିତି । କହିବାକୁ ଗଲେ ପାରଳାରେ ସ୍ଥିତି ହରାଉଛି ଓଡ଼ିଆ ଭାଷା ।
ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ ପାଇଁ କୁଳବୃଦ୍ଧ ମଧୁସୂଦନ ସ୍ୱପ୍ନ ଦେଖିଥିଲେ ସତ, ହେଲେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ବିନା ଏହା ହେବା ଏକ ପ୍ରକାର ଅସମ୍ଭବ ଥିଲା । ଯଦିଓ ଏଥିପାଇଁ ଉକ୍ରଳ ସମ୍ମିଳନୀ ଗଠନ କରାଯାଇ ଏହାରି ମାଧ୍ୟମରେ ଦାବି କରିବା ଆରମ୍ଭ ହୋଇଥିଲା । ହେଲେ ଉକ୍ରଳ ସମ୍ମିଳନୀର ୧୦ମ ଅଧିବେଶନ ହିଁ ଏହି ଦାବିକୁ ଅଧିକ କ୍ରିୟାଶୀଳ କରିଥିଲା । ପାରଳାଖେମୁଣ୍ଡିରେ ଅନୁÂିତ ଏହି ଅଧିବେଶନରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଆବଶ୍ୟକୀୟ କାର୍ଯ୍ୟକ୍ରମ ପାଇଁ ହେବାକୁ ଥିବା ଖର୍ଚ୍ଚକୁ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନିଜେ ବହନ କରିବାକୁ ଘୋଷଣା କରିଥିଲେ । ଏହାପର ଠାରୁ କୌଣସି ସ୍ଥାନରେ ବୈଠକ ହେଉ କି ଦାବି ଉପସ୍ଥାପନ ପାଇଁ ଗୋଲଟେବୁଲ ବୈଠକରେ ଯାଗଦେବା ପାଇଁ ଲଣ୍ଡନ ଗସ୍ତର ସମସ୍ତ ଖର୍ଚ୍ଚ ପାରଳା ମହାରାଜାଙ୍କ ତିଜୋରିରୁ ହିଁ ଯାଇଥିଲା । ଏପରିକି ଓଡ଼ିଶା ପ୍ରଦେଶ ମଧ୍ୟରେ ପାରଳାଖେମୁଣ୍ଡିକୁ ରଖିବା ପାଇଁ ପାରଳା ମହାରାଜା ନିଜ ଜମିଦାରିରର ଏକ ତୃତୀୟାଂଶକୁ ମଧ୍ୟ ହରାଇବାକୁ ପଛାଇନଥିଲେ । ଏଥିରୁ ଓଡ଼ିଆ ଭାଷା ପ୍ରତି ତାଙ୍କ ସ୍ନେହ ଓ ଶ୍ରଦ୍ଧା କେତେ ତାହା ସ୍ପଷ୍ଟ ବାରି ହୋଇପଡେ । ପାରଳା ମହାରାଜାଙ୍କ ବଳିÂ ଯୁକ୍ତି ମଧ୍ୟ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ ପାଇଁ ବେଶ ସହାୟକ ହୋଇଥିଲା । ତେଣୁ ଏହାକୁ ଓଡ଼ିଶାର ଏନ୍ତୁଡ଼ି ଶାଳ ବୋଲି କୁହାଯାଏ ।
ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାର ଇତି ମଧ୍ୟରେ ୮୦ ବର୍ଷ ବିତିସାରିଛି । ଏହି ସମୟ ମଧ୍ୟରେ ଓଡ଼ିଆ ଭାଷା ଏହି ଅଞ୍ଚଳରେ ବିକଶିତ ହେବା ବଦଳେ ଅବକ୍ଷୟମୁଖୀ ହୋଇଛି । ଏହାର ଏକମାତ୍ର କାରଣ ହେଲା ଭାଷା ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବାରେ ସରକାରଙ୍କ ଟାଳଟୁଳ ନୀତି ଏବଂ ଏହି ଅଞ୍ଚଳରେ ରହୁଥିବା ଓଡ଼ିଆ ଲୋକଙ୍କ ଅଣଓଡ଼ିଆ ଭାଷା ପ୍ରୀତି । ପାରଳାଖେମୁଣ୍ଡି ସହରରେ ଜଣେ ନୂଆ ଲୋକ ଘେରାଏ ବୁଲି ଆସିଲେ ସେ ଓଡ଼ିଶା ବାହାରେ ରହିଛି ଥିବା ଭ୍ରମ ସୃଷ୍ଟି ହେବା ସ୍ୱାଭାବିକ । କାରଣ ବ୍ୟବସାୟୀକ ପ୍ରତିÂାନ ଠାରୁ ଆରମ୍ଭ କରି ବସ୍, ସିନେମା ହଲ୍, ବେସରକାରୀ ପ୍ରତିÂାନ ସବୁଠାରେ ଅଣଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦେବା ଦେଖିବାକୁ ମିଳିବ । ଯେଉଁ କେତେକ ସ୍ଥାନରେ ଓଡ଼ିଆରେ ଲେଖା ହୋଇଛି ସେଥିମଧ୍ୟରୁ ଅଧିକାଂଶ ଅତି କଦାର୍ଥ ଭାବେ ଲେଖା ହୋଇଥିବା ଦେଖିବାକୁ ମିଳିବ । ଯାହାକୁ ନେଇ ସ୍ୱାଭିମାନୀ ଓଡ଼ିଆ ସହ୍ୟ କରିପାରୁନଥିଲେ ମଧ୍ୟ କିଛି କରିବାର ଚାରା ସେମାନଙ୍କ ପାଖରେ ନାହିଁ । ଏଥିରେ ସରକାରଙ୍କ ହସ୍ତକ୍ଷେପ ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ବୁଦ୍ଧିଜୀବୀମାନେ କହିଛନ୍ତି ।


Comments are closed, but trackbacks and pingbacks are open.