ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ପାରାଦୀପଠାରେ ଇଣ୍ଡିଆନ୍ ଅଏଲଲ୍ ଉପôାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର (ପିଏଡିସି) ଉଦ୍ଘାଟିତ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି ଲୋକାର୍ପଣ ଉତ୍ସବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ଏପିଡିସି ଦ୍ୱାରା ଓଡ଼ିଶା ଓ ପୂର୍ବ ଭାରତରେ ପଲିମର ଶିଳ୍ପ ବିକାଶକୁ ପ୍ରୋତ୍ସାହନ ଦେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଦୋୟ ଭିଜନକୁ ସାକାର କରିବ । ଓଡ଼ିଶାର ଶିଳ୍ପାୟନରେ ରାଜ୍ୟର ଯୁବକଙ୍କ ଆକାଂକ୍ଷାକୁ ପୂରଣ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ସର୍ବଦା ସହଯୋଗ କରିଆସୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି, ଓଡ଼ିଶାର ଶିଳ୍ପାୟନ ତଥା ବିକାଶ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଇଣ୍ଡିଆନ୍ ଅଏଲ୍ପକ୍ଷରୁ ୪୩ କୋଟି ବ୍ୟୟରେ ଏହି କେନ୍ଦ୍ରକୁ ନିର୍ମାଣ କରାଯାଇଛି । ଆଗାମୀ ଦିନରେ ଭଦ୍ରକ ଓ ଧାମରାରେ ଟେକ୍ସଷ୍ଟାଇଲ ଡାଉନ୍ଷ୍ଟରିମ୍ ୟୁନିଟ୍ ପାଇଁ ପଲିଷ୍ଟର ସୂତା ଏବଂ କପଡ଼ା ପାଇଁ ପିଏଡିସି ଏକ ବୈଷୟିକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ । ଏହା ଜାତୀୟ ସ୍ତର ରଓ ଆନ୍ତର୍ଜାତୀୟ ସ୍ତରର ସେଣ୍ଟରରେ ଓଡ଼ିଆ ପିଲାଙ୍କ ପାଇଁ ନୂଆ ବ୍ୟବସାୟ ବାତାବରଣ ସୃଷ୍ଟି କରିପାରିବ । ଏହି ସେଣ୍ଟର ଓଡ଼ିଆ ଶିଳ୍ପ ଉଦ୍ୟୋଗୀ ଓ ଯୁବକମାନଙ୍କୁ ଆତ୍ମନିର୍ଭର କରିବାରେ ବଡ଼ ପଦକ୍ଷେପ ନେବ । ସେ ଆହୁରି କହିଛନ୍ତି, ଭାରତ ସରକାରଙ୍କ ସହଯୋଗରେ ଓଡ଼ିଶା ସରକାର ପେଟ୍ରୋକେମିକାଲ , ଇସ୍ପାତ, ଖଣି , କୋଇଲା, ଆଲୁମିନିୟମ, ପର୍ଯ୍ୟଟନ, ଟେକ୍ଷ୍ଟାଇଲ, ଉଦ୍ୟୋଗୀ ତଥା ଅନ୍ୟାନ୍ୟ ଶିଳ୍ପ କ୍ଷେତ୍ରରେ ରୋଜଗାର ସୃଷ୍ଟି କରି ରାଜ୍ୟର ରାଜସ୍ୱ ବଢ଼ାଇବାର ଲକ୍ଷ୍ୟ ରଖିଛନ୍ତି । ଇଣ୍ଡିଆନ ଅଏଲ୍ କର୍ପୋରେସନ ପାରାଦୀପରେ ୪୦ ହଜାରରୁ ଅଧିକ କୋଟି ଟଙ୍କା ପୁଞ୍ଜିନିବେଶ କରିଛି । ଇଡକୋ ଓ ଆଇସିଏଲ୍ ପକ୍ଷରୁ ଯୁଗ୍ମ ଭାବରେ ଏସ୍ପିଭି ଗଠନ କରାଯାଇ ପାରାଦୀପରେ ବିଶ୍ୱସ୍ତରୀୟ ପ୍ଲାଷ୍ଟିକ୍ ପାର୍କ ନିର୍ମାଣ କରାଯାଉଛି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଭାରତ ସରକାରଙ୍କ କେମିକାଲ ଓ ପେଟ୍ରୋକେମିକାଲ ବିଭାଗ ତରଫରୁ ଭୁବନେଶ୍ୱର ସିପେକର ଉଚ୍ଚ ସ୍ତର ପ୍ରଶିକ୍ଷଣ କେନ୍ଦ୍ର ବନାଯାଇଛି । ପାରାଦୀପ, ବାଲେଶ୍ୱର, ଖୋର୍ଦ୍ଧା ବା ଓଡ଼ିଶାର ପ୍ଲାଷ୍ଟିକ୍ ଅଞ୍ଚଳରେ ଉଦ୍ୟୋଗୀଙ୍କୁ ନିରନ୍ତର କମ୍୍ ମୂଲ୍ୟରେ କଞ୍ଚାମାଲ ଦେବାର ଦାୟିତ୍ୱ ଇଣ୍ଡିଆନ୍ ଅଏଲଲ ନେବ । ଓଡ଼ିଶାକୁ ଗ୍ୟାସ ଆଧାରିତ ଓ ତୈଳ ଭିତ୍ତିଭୂମି ଅଞ୍ଚଳ ଭାବରେ ପରିଣତ କରିବା, ପେଟ୍ରୋକେମିକାଲ ଏବଂ ଆନୁଷଙ୍ଗିକ ଆନ୍ସିଲାରୀ କ୍ଷେତ୍ରକୁ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ ଭାବେ ତୋଳିବା ପାଇଁ ତୈଳ ଶିଳ୍ପରେ ସର୍ବମୋଟ ୧ଲକ୍ଷ ୩୫ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରାଯାଇଛି । ଏହି ଭର୍ଚୁଆଲ ଉତ୍ସବରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ତରୁଣ କାପୁର, ଆଇଓସିଏଲ୍ର ଚେୟାରମ୍ୟାନ ସଞ୍ଜିବ ସିଂହ, ଭାରତ ଓ ରାଜ୍ୟ ସରକାରଙ୍କବରିÂ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
Comments are closed, but trackbacks and pingbacks are open.