ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା ଏବଂ ଭାରତର ପୂର୍ବ ଭାଗରେ ପଲିମର ଶିଳ୍ପର ବିକାଶକୁ ପ୍ରୋତ୍ସାହନ ତଥା ବଢ଼ାଇବା ପାଇଁ ପାରାଦୀପରେ ଇଣ୍ଡିଆନ ଅଏଲ ଦ୍ୱାରା ଏହାର ବିଶୋଧନଗାର ଏବଂ ପେଟ୍ରୋକେମିକାଲ କମ୍ପେr ସହ ୪୩ କୋଟି ଟଙ୍କା ମୂଲ୍ୟର ଏକ ପ୍ରଡକ୍ଟ ଆପ୍ଲିକେସନ ଏବଂ ଡେଭଲପ୍ ସେଣ୍ଟର (ପିଏଡିସି) ପ୍ରତିÂା କରାଯାଇଛି । ୫ ଏକର ଜମି ଓ ୩୩୩୪ ବର୍ଗମିଟର ବିଶିଷ୍ଟ କ୍ଷେତ୍ରରେ ପାରାଦୀପରେ ନୂତନ ଭାବେ ନିର୍ମିତ ପିଏଡିସିକୁ ମିଳିତ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ପୂର୍ବାହ୍ଣ ୧୧ଟାରେ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ଉଦ୍ଘାଟନ କରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଶନ ପୂର୍ବୋଦୟ ପାଇଁ ଆହ୍ୱାନ କରିଛନ୍ତି । ପୂର୍ବ ଭାରତ ଦେଶର ଅଭିବୃଦ୍ଧିକୁ ଆଗେଇ ନେବାରେ ଓ ଭାରତକୁ ସନ୍ତୁଳିତ ଢାଞ୍ଚାରେ ଆଗକୁ ବଢ଼ାଉଛି । ଏହି ଯାତ୍ରାର ଅଂଶ ଭାବରେ ଇଣ୍ଡିଆନ ଅଏଲ୍ ୨୦୧୯ ଫେବ୍ରୁଆରୀରେ ପାରାଦୀପ ବିଶୋଧନାଗାରରେ ୭ ଲକ୍ଷ ମେଟ୍ରିକ୍ ଟନ ବିଶିଷ୍ଟ ପୋଲିପ୍ରୋପିଲିନ ପ୍ଲାଣ୍ଟକୁ ଆରମ୍ଭ କରିଥିଲା ।
ଏଭଳି ବୈଷୟିକ କେନ୍ଦ୍ର ଦେଶର ଷÂ ଏବଂ ପୂର୍ବ ଭାରତର ଦ୍ୱିତୀୟ । ଏହି ସେଣ୍ଟର ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଲାବୋରେଟୋରି ଅଫ୍ ଡିପାର୍ଟମେଣ୍ଟ ଅଫ୍ ସାଇଣ୍ଟିଫିକ୍ ଏବଂ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ଡିଏସ୍ଆଇଆର୍) ଭାବରେ ଜଣାଯାଏ ।
ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ପରିପ୍ରେକ୍ଷୀରେ ପିଏଡିସି ପାରାଦୀପର ବିକାଶ ଏବଂ ପଲିମର ଆମଦାନୀକୁ ହ୍ରାସ କରିବାରେ ବିକଳ୍ପ ଭାବରେ ସହାୟକ ହେବ । ପିଏଡିସିର ମୁଖ୍ୟ ଉଦେ୍ଧଶ୍ୟ ହେଇଛି ଅଭିନବ ଆପ୍ଲିକେସନ୍ର ବିକାଶ କରି ଭଲ କପଡ଼ା ଓ ଟେକ୍ନିକାଲ ଟେrଟାଇଲ ଭଳି ସାମଗ୍ରୀ ତିଆରି କରି ଦେଶରେ ଏଭଳି ସାମଗ୍ରୀର ଆମଦାନୀକୁ ହ୍ରାସ କରିବା । ଏହି କେନ୍ଦ୍ର ପଲିମେରିକ ସାମଗ୍ରୀ ଏବଂ ସମ୍ବୋଧିତ ଜିନିଷ ଗୁଡିକର ବିକଶିତ ଅଞ୍ଚଳକୁ ଚିହ୍ନଟ କରିବା ସହ ସ୍ୱଦେଶୀ ପ୍ରୋତ୍ସାହନ ଭାବେ ଭାରତକୁ ଆତ୍ମନିର୍ଭର କରିବ ।
ଆଗାମୀ ଦିନରେ ଭଦ୍ରକ ଏବଂ ଧାମରାରେ ଟେrଟାଇଲ୍ ଡାଉନଷ୍ଟ୍ରିମ ୟୁନିଟ୍ ପାଇଁ ପଲିଷ୍ଟର ସୂତା ଓ କପଡ଼ା ପାଇଁ ପିଏଡିସି ଏକ ବୈଷୟିକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ । ପଲିମରରକୁ ବଢ଼ାଇବା ପାଇଁ ପିଏଡିସି ଆପ୍ଲିକେସନ ଏବଂ ଡେଭଲପ ସେଣ୍ଟର ନିମନ୍ତେ ଅନ୍ୟାନ୍ୟ ପ୍ରତିÂିତ ଗବେଷଣା କେନ୍ଦ୍ର ଯଥା ଆଇସିଟି, ଭୁବନେଶ୍ୱର, ସିଆଇପିଇଟି ଏବଂ ଏନ୍ସିଏଲ୍ ପୁନେ ସହ କାର୍ଯ୍ୟ କରିବ । ଗ୍ରାହକ ଏବଂ ନୂଆ ପୁଞ୍ଜି ନିବେଶକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି କେନ୍ଦ୍ରରେ ଅତ୍ୟାଧୁନିକ ପରୀକ୍ଷଣ ଏବଂ ପ୍ରକ୍ରିୟାକରଣ ଯନ୍ତ୍ରପାତି ଅଛି । ପାରାଦୀପସ୍ଥିତ ପିଏଡିସି ନୂଆ ପୁଞ୍ଜି ନିବେଶକାରୀ ଓ ଉଦ୍ୟୋଗୀଙ୍କୁ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାରେ ଏବଂ ଶିଳ୍ପ ପ୍ରତିÂା କରିବା ଓ ନିବେଶକଙ୍କ ପାଇଁ ପ୍ରସ୍ତୁତ ଉତ୍ପାଦଗୁଡ଼ିକ ପାଇଁ ବଜାର ପ୍ରତିÂା କରିବାରେ ସହଯୋଗ କରିବ ।
Comments are closed, but trackbacks and pingbacks are open.