ପାରାଦୀପ ବନ୍ଦରରେ ଆରମ୍ଭ ହେଲା ଡିଏଲ୍ଡିଏସ୍

Get real time updates directly on you device, subscribe now.

ପାରାଦୀପ,(ବି.ବି.ନୁ୍ୟଜ୍): ପାରାଦୀପ ବନ୍ଦର ପିଆଇସିଟି ବର୍ଥଠାରେ ଆଜି ଡିଏମଆଇସିଡିସି ଲଜିଷ୍ଟିକ୍ସ ଡାଟା ସର୍ଭିସେସ୍(ଡିଏଲ୍ଡିଏସ୍)ର ଶୁଭାରମ୍ଭ ହୋଇଛି । ଏଭଳି ସେବା ଆରମ୍ଭ କରିବାରେ ପିଆଇସିଟି ରାଜ୍ୟରେ ସର୍ବ ପ୍ରଥମ ବୋଲି ଜଣାପଡ଼ିଛି । ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ଏହାକୁ ଆଜି ଉଦ୍ଘାଟନ କରିଥିଲେ । ଡିଏଲ୍ଡିଏସ୍ ସେବା ଦେଶର ଅନ୍ୟ ପ୍ରମୁଖ ବନ୍ଦର ଗୁଡ଼ିକରେ କାର୍ଯ୍ୟ କରୁଛି । ଭାରତର ୨୩ଟି ବନ୍ଦର ଟର୍ମିନାଲରେ ଏହି କମ୍ପାନି କାର୍ଯ୍ୟକ୍ଷମ ରହିଛି । ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ କଷ୍ଟମ୍ ଡେପୁଟି କମିସନର ହର୍ଶ ରାଜ୍, ବନ୍ଦର ଟ୍ରାଫିକ୍ ମ୍ୟାନେଜର୍ ଏସ୍କେ ମିଶ୍ର, ପିଆଇସିଟି ଜେନେରାଲ୍ ମ୍ୟାନେଜର(ଏଚ୍ଆର୍) କୁଳମଣି ପଣ୍ଡା, ଡିଏଲ୍ଡିଏସ୍ ସିଇଓ ଇସିରୋ ଓସିମା, ଡିଏଲ୍ଡିଏସ୍ ସିଓଓ ସୁରଜିତ୍ ସରକାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଡିଏଲ୍ଡିଏସ୍ ହେଉଛି ଏକ ଟ୍ରାକିଂ ସିଷ୍ଟମ ଯାହା ଦ୍ୱାରା ବନ୍ଦରର ଉକ୍ତ ବର୍ଥ ଭିତରେ କେଉଁ କଣ୍ଟେନର କେତେବେଳେ କୁଆଡେ଼ ଯାଉଛି ତାର ଗତିବିଧି ଜଣାପଡ଼ିବ । ଏଥିପାଇଁ ପ୍ରତ୍ୟେକ କଣ୍ଟେନରରେ ଏକ ଚିପ୍ ଡିଭାଇସ୍ ଲଗାଯିବ । ଏହି ଡିଭାଇସ୍ କଣ୍ଟେନରରେ ଲାଗିବା ଦ୍ୱାରା କଣ୍ଟେନରକୁ ଟ୍ରାକ୍ କରାଯାଇପାରିବ । ଏଥିପାଇଁ କଣ୍ଟେନର ମାଲିକଙ୍କୁ ଆନୁମାନିକ ୧୫୫ ଟଙ୍କା ଦେୟ ଦେବାକୁ ପଡ଼ିବ ବୋଲି ଡିଏଲ୍ଡିଏସ୍ ପକ୍ଷରୁ ସୂଚନା ଦିଆଯାଇଛି

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons