ଭୁବନେଶ୍ୱର,(ବି.ବି.ନୁୃ୍ୟଜ୍): ଚୀନ ବିରୋଧରେ ରାଜଧାନୀ ଭୁବନେଶ୍ୱରରେ ରଣ ହୁଙ୍କାର । ଭାରତ ରକ୍ଷା ମଞ୍ଚର ଓଡ଼ିଶା ଶାଖାର ସଦସ୍ୟ ଆଜି ଏହି ରଣ ହୁଙ୍କାର ଦେଇଛନ୍ତି । ଗୁଲୱାନ୍ ଉପତ୍ୟକାରେ ଶହୀଦ ହୋଇଥିବା ୨୦ ବୀର ଯବାନଙ୍କ ପାଇଁ ଚୀନକୁ ଦାୟୀ କରିଛି ଏହି ମଞ୍ଚ । ଫ୍ଲାକ୍କାର୍ଡ ଧରି ଚୀନ ବିରୋଧରେ ନାରାବାଜି କରିଛନ୍ତି ମଞ୍ଚର ସଦସ୍ୟ । ଏମିତିକି ଚୀନ୍ ଜିନିଷକୁ ବୟକଟ କରିବା ପାଇଁ ଆହ୍ୱାନ କରିଛନ୍ତି । ଓଡ଼ିଶା ଶାଖାର ସଭାପତି ଡକ୍ଟର ଅଶୋକ ଆଚାର୍ଯ୍ୟ କହିଛନ୍ତି, ଏବେ ଚୀନ୍ ବିରୋଧରେ କାର୍ଯ୍ୟାନୁÂାନ ନେବାର ସମୟ ଆସିଛି । ଆମେ ଚୀନକୁ ରପ୍ତାନୀ କରୁଛୁ ଲୁହା ପଥର । ଏବେ ପାରାଦୀପ ବନ୍ଦରରେ ୨୦ ଲୁହା ପଥର ଜାହାଜ ଲାଗିଛି । ମୋଟ ୨୫ଟି ଲାଗିଥିବା ବେଳେ ୨୦ଟି ଜାହାଜ ଏବେ ଲୁହା ପଥର ନେଇ ଚୀନ ଯିବାକୁ ପ୍ରସ୍ତୁତି ହେଉଛି । ଭାରତ ରକ୍ଷା ମଞ୍ଚର ଜାତୀୟ ସେକ୍ରେଟେରୀ ଅନୀଲ ଧୀର କହିଛନ୍ତି , ଚୀନ ସେନା ନିୟମ ଉଲ୍ଲଂଘନ କରୁଛି । ହେଲେ ଆମ ସରକାର ଦେଶରେ ଚୀନ କମ୍ପାନୀକୁ ପୁଞ୍ଜି ନିବେଶ କରିବା ପାଇଁ ଅନୁମତି ଦେଉଛନ୍ତି । ଆରବିଆଇ ମଧ୍ୟ ବ୍ୟାଙ୍କ ଅଫ୍ ଚାଇନା ଲାଇସେନ୍ସ ବାତିଲ କରିବା ଦରକାର । ଏମିତି ଦେଶର ପ୍ରିୟ ରାଷ୍ଟ୍ର ତାଲିକାରୁ ଚୀନକୁ ବାଦ୍ ଦେବା ଦରକାର ।
Comments are closed, but trackbacks and pingbacks are open.