ପାରିବାରିକ କଳହର କରୁଣ ପରିଣତି

Get real time updates directly on you device, subscribe now.

ଓଡ଼ାପଡ଼ା,(ବି.ବି.ନୁ୍ୟଜ୍): ପାରିବାରିକ କଳହର ପରିଣତି ଯେ କେତେ ଭୟଙ୍କର ହୋଇପାରେ ମଙ୍ଗଳବାର ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଞ୍ଚଳରେ । ପାରିବାରିକ କଳହକୁ ନେଇ ଉତ୍ତ୍ୟକ୍ତ ସ୍ୱାମୀ ପନିକିରେ ସ୍ତ୍ରୀର ତଣ୍ଟିକାଟି ହତ୍ୟା କରିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଥିବା ବେଳେ ପୁଲିସ ଅଭିଯୁକ୍ତ ସ୍ୱାମୀ ସୁବାସ ନାଏକ ଓରଫ ନଣ୍ଡାକୁ ଗିରଫ କରିଛି । ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧୃାନ କରିବା ସହ ରକ୍ତଲଗା ପନିକିକୁ ପୁଲିସ ଜବତ କରିଛି ।
ପୁଲିସ୍ ସୂତ୍ରରୁ ପ୍ରକାଶ ଯେ, ମୋଟଙ୍ଗା ଥାନା ନାଣ୍ଡିପୁଲିଆ ହରିଜନ ସାହିର ସୁବାସ ଦୁଇ ବର୍ଷ ପୂର୍ବେ ବାବନ୍ଧ ଗ୍ରାମର ସବିତା ନାଏକଙ୍କୁ ବିବାହ କରିଥିଲା । ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ସୁବାସ ଓ ତାଙ୍କ ପତ୍ନୀ ସବିତାଙ୍କ ମଧ୍ୟରେ ଅନେକ ସମୟରେ ପାରିବାରିକ କଳହ ଲାଗି ରହୁଥିଲା । ଗତ ରାତିରେ ପାଟିତୁଣ୍ଡ ବେଳେ ସୁବାସ ଉତ୍କ୍ଷିପ୍ତ ହୋଇ ଶୋଇଥିବା ଅବସ୍ଥାରେ ସବିତାଙ୍କ ତଣ୍ଟିକୁ ପନିକିରେ ହାଣି ଦେଇଥିଲା । ଆଜି ସକାଳେ କେହି ତାଙ୍କ ପତ୍ନୀଙ୍କୁ ମାରି ଦେଇଥିବା ସାହିରେ କହି ବୁଲିବା ସହ ଗୁଡ଼ିଆକାଟେଣୀସ୍ଥିତ ପୁଲିସ୍ ବିଟ ହାଉସ୍କୁ ଅଭିଯୋଗ କରିବାକୁ ଯାଇଥିଲା । ତାର କଥାବାର୍ତ୍ତାରେ ସନେ୍ଦହ ହେବାରୁ ପୁଲିସ ତାକୁ ଅଟକ ରଖିଥିଲା । ପୁଲିସ ସଦଳବଳ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବାରୁ ଘର ଭିତରେ ସବିତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ପଡ଼ିଥିବାର ଦେଖିବାକୁ ପାଇଥିଲା ।
ମୋଟଙ୍ଗା ଥାନା ଅଧିକାରିଣୀ ନମିତା ନାୟକ ସଦଳବଳ ପହଞ୍ଚି ତଦନ୍ତ କରିବା ପରେ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଢେଙ୍କାନାଳ ଡାକ୍ତରଖାନା ପଠାଇଥିଲେ । ଘରୁ ରକ୍ତଲଗା ପନିକିକୁ ମଧ୍ୟ ପୁଲିସ ଜବତ କରିଥିଲା । ପଚରାଉଚୁରା ପରେ ସ୍ତ୍ରୀର ତଣ୍ଟିକାଟି ହତ୍ୟା କରିଥିବା ସୁବାସ ପୁଲିସ ଆଗରେ ମାନି ଯାଇଥିବା କୁହାଯାଇଛି । ମୃତ ସବିତାଙ୍କ ଭାଇ ସୁଶାନ୍ତ ନାଏକ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପୁଲିସ ଆଇପିସି ଦଫା ୩୦୨ (ନରହତ୍ୟା)ରେ ଏକ ମାମଲା ରୁଜୁ କରିଛି । ଅଭିଯୁକ୍ତ ସ୍ୱାମୀ ସୁବାସକୁ ଆଜି କୋର୍ଟଚାଲାଣ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons