ପାରିବାରିକ କଳହ :ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

Get real time updates directly on you device, subscribe now.

ପାଟଣାଗଡ଼,(ବି.ବି.ନୁ୍ୟଜ୍): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା କେନ୍ଦୁମୁଣ୍ଡି ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଏଥିରେ ଜଣେ ଯୁବକଙ୍କ ମୃତୁ୍ୟ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ଦେବ ବଢ଼ିଆଙ୍କ ପୁଅ ଦୁର୍ଯେ୍ୟାଧନ ବଢ଼ିଆ(୨୮) । ତାଙ୍କ ପତ୍ନୀ କିଶୋରୀ ଗୁରୁତର ହୋଇଛନ୍ତି । ଖବର ଲେଖାହେବା ପର୍ଯ୍ୟନ୍ତ (ରାତି ୭ଟା) ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇ ନ ଥିବା ବେଳେ ପୁଲିସ୍ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଦୁର୍ଯେ୍ୟାଧନଙ୍କ ମୃତୁ୍ୟର କାରଣ ଏବେ ମଧ୍ୟ ରହସ୍ୟାବୃତ୍ତ ରହିଛି ।

ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦୁର୍ଯେ୍ୟାଧନ ଗତକାଲି ରାତିରେ ଖାଇପିଇ ସାରି ୭ ବର୍ଷର ପୁଅ ରୋଶନ ଓ ତିନି ବର୍ଷର ଝିଅ ରୋଜିକୁ ନେଇ ଗାଁରେ ଚାଲିଥିବା ଗଣେଶ ପୂଜା ପେଣ୍ଡାଲ ଆଡ଼କୁ ବୁଲେଇବାକୁ ଯାଇଥିଲେ । ଘରକୁ ଫେରୁଥିବା ବେଳେ ଦୁର୍ଯେ୍ୟାଧନ ତାଙ୍କ ଘର ସମ୍ମୁଖରେ କିଛି ଯୁବକ ବୁଲୁଥିବାର ଦେଖି ସ୍ତ୍ରୀ କିଶୋରୀକୁ ରାଗିଯାଇ ଏମାନେ କିଏ କ’ଣ ପାଇଁ ଛିଡ଼ା ହୋଇଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏତିକିରେ ଉଭୟଙ୍କ ଭିତରେ ବଚସା ଆରମ୍ଭ ହୋଇଥିଲା । ଏହି ବଚସା ପ୍ରାୟ ରାତି ୧ଟା ପର୍ଯ୍ୟନ୍ତ ଲାଗି ରହିଥିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ବେଳେ ବେଳେ ଏମିତି ହୁଏ ବୋଲି ଭାବି ଦୁର୍ଯେ୍ୟାଧନଙ୍କ ବାପା ଦେବ ନିଜ କୋଠରିକୁ ଶୋଇବାକୁ ଯାଇଥିଲେ । କିନ୍ତୁ ହଠାତ୍ ରାତି ୨ଟା ବେଳକୁ ନାତି ରୋଶନର ଚି+ାର ଶୁଣି ଚମକି ପଡ଼ିଥିଲେ ଦେବ । ଉଠିପଡ଼ି ନିଜ ପୁଅର ଶୋଇବା କୋଠରିକୁ ଯାଇଥିଲେ । କିନ୍ତୁ ସେତେବେଳେକୁ ଦୁର୍ଯେ୍ୟାଧନ ଘର ଉଢ଼ା(ପାଟି)ରେ ବେକରେ ଗାମୁଛା ଲଗାଇ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ ।

ଘଟଣା ଦେଖି ବୃଦ୍ଧ ଚି+ାର କରିବାରୁ ପଡେ଼ାଶୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଯେ୍ୟାଧନ ଓ କିଶୋରୀଙ୍କୁ ଉଦ୍ଧାର କରି ଭୋର୍ ୪ଟାରେ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । କିନ୍ତୁ ଦୀର୍ଘ ୪ ଘଣ୍ଟାର ବ୍ୟବଧାନ ପରେ ଡାକ୍ତର ପହଞ୍ଚି ଦୁର୍ଯେ୍ୟାଧନଙ୍କୁ ମୃତ ଘୋଷଣା କରିବା ସହ କିଶୋରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ପୁଲିସ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ଏହି ଘଟଣାରେ ପୁଲିସ ଏକ ରକ୍ତ ଜୁଡ଼ୁବୁଡ଼ୁ ଲୁହାରଡ୍ ଉଦ୍ଧାର କରିଥିବା ସୂଚନା ମିଳିଛି । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହେବା ପରେ ଏହାର ପରିଣାମ ସ୍ୱରୁପ ଦୁର୍ଯେ୍ୟାଧନ ଆତ୍ମହତ୍ୟା କରିଥିବାବେଳେ କିଶୋରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିିଛି । କିିନ୍ତୁ ଦୁର୍ଯେ୍ୟାଧନଙ୍କ ଏଭଳି ଆତ୍ମହତ୍ୟାକୁ ନେଇ ଅନେକ ସନେ୍ଦହ ସୃଷ୍ଟି ହୋଇଛି । ଦୁର୍ଯେ୍ୟାଧନ ନିଜ ସ୍ତ୍ରୀକୁ ରାଗିଯାଇ ଲୁହା ରଡ଼ରେ ବାଡେ଼ଇ ରକ୍ତାକ୍ତ କରିଥିବାବଳେ ନିଜେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି । ଦୁର୍ଯେ୍ୟାଧନଙ୍କ ଘର ସାମ୍ନାରେ ବୁଲୁଥିବା ଯୁବକମାନଙ୍କୁ ଦେବ ଚିହ୍ନି ପାରି ନଥିବା ପ୍ରକାଶ କରିଛନ୍ତି । ତେବେ ସ୍ୱାମୀ-ସ୍ତ୍ରୀଙ୍କ କଳହ ପୂର୍ବରୁ ସମ୍ପୃକ୍ତ ୨ ଜଣ ଯୁବକ ଦୁର୍ଯେ୍ୟାଧନଙ୍କ ଘର ସାମ୍ନାରେ ପଇଁତରା ମାରୁଥିବା ଘଟଣା ଦୁର୍ଯେ୍ୟାଧନଙ୍କ ମୃତୁ୍ୟକୁ ଆହୁରି ରହସ୍ୟାବୃତ୍ତ କରିଛି । ଏଥିସହ ଦୁର୍ଯେ୍ୟାଧନ ଆତ୍ମହତ୍ୟା କରିଥିବା ବେଳେ ଘର ଭିତରେ ଦୁଇଟି ଗାମୁଛା ପଡ଼ିଥିବା ଦେଖାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons