ପାରିବାରିକ କହଳ ନେଲା ଦୁଇ ଜୀବନ ! ପୃଥକ ପୃଥକ ସ୍ଥାନରେ ମହିଳାଙ୍କ ସମେତ ଦୁଇ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ମହାକାଳପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକରେ ପାରିବାରିକ କହଳକୁ ନେଇ ଦୁଇଟି ପୃଥକ ପୃଥକ ଘଟଣାରେ ଜଣେ ମହିଳା ଓ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ଜମ୍ବୁ ଥାନା ରାମନଗର ଗାଁର ପୁର୍ଣ୍ଣିମା ମଣ୍ଡଳ ଏବଂ ମହାକାଳପଡା ଥାନା କୁମ୍ଭାରପଡା ଗାଁର ରାଜା ଖୁନିଟିଆ ମୃତଦେହ ଉଦ୍ଧାର ହୋଇଛି । ପ୍ରାଥମିକ ତଦନ୍ତରୁ ଦୁଇ ଜଣ ଅତ୍ମହତ୍ୟା କରିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ରାମନଗର ଗାଁର ଭରତ ମଣ୍ଡଳ ଗତ ୨୦୧୬ ମସିହାରେ ଖରନାସୀ ଗାଁର ପୂର୍ଣ୍ଣିମା ମଣ୍ଡଳଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରଠାରୁ ସ୍ବାମୀ ଭରତ ମଣ୍ଡଳ, ଶାଶୁ କନିକା ମଣ୍ଡଳ ଯୌତୁକ ପାଇଁ ବିଭିନ୍ନ ସମୟରେ ଶାରିରୀକ ଓ ମାନସିକ ନିର୍ୟାତନା ଦେଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି । ଏମିତିକି ପୂର୍ଣ୍ଣିମାଙ୍କୁ ଶାଶୁ ଘର ଲୋକ ମାରିଦେଇ ଗଛରେ ଟାଙ୍ଗି ଦେଇଥିବା ବାପଘର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ଜମ୍ବୁ ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଶବ ଜବତ କରି ସ୍ବାମୀ ଭରତ ମଣ୍ଡଳକୁ ଗିରଫ କରିଛି ।
ସେହିପରି ମହାକାଳପଡା ଥାନା କୁମ୍ଭାରପଡା ଗାଁର କ୍ଷୀରୋଦ ଖୁଣ୍ଟିଆଙ୍କ ପୁଅ ରାଜା ଖୁଣ୍ଟିଆ ଘରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ମହାକାଳପଡା ମେଡିକଲାରେ ଭର୍ତ୍ତି କରିଥିଲେ ପରିବାରଲୋକ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଖବର ପାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons