ପାରିଶ୍ରମିକ ନଦେବାରୁ ରାଜମିସ୍ତ୍ରୀଙ୍କୁ ଚପଲରେ ପିଟିଲେ ମହିଳା

Get real time updates directly on you device, subscribe now.

ସୋର; ଜଣେ ମହିଳା ଶ୍ରମିକ ନିଜର ମଜୁରୀ ନପାଇବାରୁ ରାଜମିସ୍ତ୍ରୀକୁ ବିଚ ବଜାରରେ ନିସ୍ତୁକ ମାଡ ମାରିଥିବା ଭିଡିଓ ଭାଇରାଲ ହୋଇଛି। ଖବର ନେବାରେ ଜଣାପଡିଛି ଯେ, ବାଲେଶ୍ବର ଜିଲ୍ଲା ସୋର ଅଚଂଳରେ ଦର୍ଶନ ମହାଲିକ ଜଣେ ରାଜମିସ୍ତ୍ରୀ ଭାବେ କାମକରନ୍ତି। ତାଙ୍କ ପାଖରେ କାମ କରୁଥିବା ଜଣେ ମହିଳାକୁ ତାଙ୍କର ପାରିଶ୍ରମିକ ନଦେବାରୁ ସଂପୃକ୍ତ ମହିଳା ସୋର ଅନନ୍ତପୁର ଛକଠାର ରାଜମିସ୍ତ୍ରୀଙ୍କୁ ଜୋତାରେ ନିସ୍ତୁକ ମାଡ ମାରିଥିବା ନେଇ ଭିଡିଓ ଭାଇରାଲ ହୋଇଛି।
ସୂଚନାଯୋଗ୍ୟ ଯେ, ମହିଳା ଶ୍ରମିକ ଗତ ୩ମାସ ତଳେ କ୍ଷରିକୋଣି ଗ୍ରାମର ଦର୍ଶନ ମହାଲିକ ସହିତ ପକା କାମ କରୁଥିଲେ । କାମସରିଲା ପରେ ମହିଳା ଯେତେବେଳେ ଟଙ୍କା ମାଗିଲେ ତାକୁ ଆଜିକାଲି କହି ରାଜମିସ୍ତ୍ରୀ ଟଙ୍କା ଦେଉନଥିଲେ।
ଶେଷରେ ମହିଳା ଶ୍ରମିକ ବାଧ୍ୟ ହୋଇ ମହାଲିକକୁ ଅନନ୍ତପୁର ଛକରେ ଦେଖାହେବାରୁ ତାକୁ ଟଙ୍କା ମାଗିଥିଲେ ।ତେବେ ରାଜମିସ୍ତ୍ରୀ ତାଙ୍କୁ ବିଭିନ୍ନ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମହିଳା ଜଣଙ୍କ ଜୋତା କାଢି ରାଜମିସ୍ତ୍ରୀଙ୍କୁ ନିସ୍ତୁକ ମାଡମାରିବାବେଳେ କେହି ଭିଡିଓ ସୁଟିଂ କରି ଭାଇରାଲ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons