ବରଗଡ : ବିଜେପୁର ନିର୍ବ।ଚନକୁ ଆଉ ୧୫ଦିନ ବାକିଥିବାବେଳେ ପ୍ରଚାର ପ୍ରସାରରେ ଏ ଯାଏଁ ଦେଖାଯାଇନି ଉଷ୍ମତା । ନାମାଙ୍କନ ପତ୍ର ଦାଖଲ ପରେ କର୍ମୀ ସମ୍ମିଳନୀ ଓ ସାଙ୍ଗଠନିକ ବୈଠକ ରେ ଦଳୀୟ କାର୍ୟ୍ୟକ୍ରମ ସିମିତ ଥିବାବଳେ ପ୍ରାର୍ଥୀମାନେ ବିଭିନ୍ନ ପୂଜା ମଣ୍ଡପରେ ବୁଲି ଲୋକଙ୍କ ସହ ସମ୍ପର୍କ ରଖୁଛନ୍ତି ।ବିଜେପି ପ୍ରାର୍ଥୀ ଆଜି ଗାଇସିଲରଟ ବ୍ଳକଠାରେ ଦଳୀୟ କର୍ମୀ ଙ୍କ ସହ ବୈଠକରେ ବ୍ୟସ୍ତ ଥିବା ବଳେ କଗ୍ରେସ ପ୍ରାର୍ଥୀ ବିଜେପୁର ପୂଜା ମଣ୍ଡପ ଓ ବିଜେଡି ପ୍ରାର୍ଥୀନୀ ବରପାଲି ପୂଜା ମଣ୍ଡପ ଠାରେ ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ବୁଲୁ ଥିବାର ଦେଖିବାକୁ ମିଳିଛି ।
୨୦୧୮ ମସିହାରେ ଅନୁଷ୍ଠିତ ବିଜେପୁର ଉପ ନିର୍ବାଚନ ବେଳେ ମାହୋଲ ଯେମିତି ସରଗରମ ଥିବା ଚଳିତ ଥର ତାହା ଦେଖିବାକୁ ମିଳୁନି । କାରଣ ୨୦୧୮ ଉପନିର୍ବ।ଚନ ପରେ ଥିଲା ୨୦୧୯ ସାଧାରଣ ନିର୍ବ।ଚନ । ସେଥିପାଇଁ ୨୦୧୮ ଉପ ନିର୍ବାଚନକୁ ସବୁଦଳ ସେମିଫାଇନାଲ ବୋଲି ଧରିନେଇଥିଲେ । ଫଳରେ ସବୁ ଦଳ ଅଣ୍ଟା ଭିଡି ପୂରା ଦମରେ ଲାଗି ପଡିଥିଲେ ବିଜେପୁରର କଂଗ୍ରେସ ଗଡକୁ ଅକ୍ତିୟାର କରିବା ପାଇଁ । ତିନି ପ୍ରମୁଖ ଦଳର ଅନେକ ବଡଠାରୁ ଆରମ୍ଭ କରି ଛୋଟ ଶହ ଶହ ନେତା ଡେରା ପକାଇ ବସିଥିଲେ ନିର୍ବ।ଚନ ମଣ୍ଡଳୀର ତିନୋଟି ବ୍ଳକରେ । ହେଲେ ଚଳିତ ଥରର ଶିଥିଳତା ଭୋଟରମାନେ ବି ଅନୁଭବ କରିସାରିଲେଣି ।
ବିଜେପି ପ୍ରାର୍ଥୀ ସନତ ଗଡତିୟା ଆଜି ଗାଇସିଲଟ ବ୍ଳକ ଠାରେ ଦଳିୟ କର୍ମୀ ଙ୍କ ସହ ବୈଠକରେ ବ୍ୟସ୍ତ ଥିବା ବଳେ କଗ୍ରେସ ପ୍ରାର୍ଥୀ ଦିଲିପ ପଣ୍ଡା ମଧ୍ୟ ବିଜେପୁର ପୂଜା ମଣ୍ଡପ ବୁଲୁଛନ୍ତି । ବିଜେଡି ପ୍ରାର୍ଥୀ ରୀତା ସାହୁ ବରପାଲିର ବିଭିନ୍ନ ପୂଜା ମଣ୍ଡପ ବୁଲି ମାଁ ଦୁର୍ଗ। ଙ୍କ ଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି । ଲୋକଙ୍କ ସୁଖ ସୃଦ୍ଧି ପାଇଁ ମାଁ ଦୁର୍ଗାଙ୍କ ନିକଟରେ ପ୍ରାର୍ଥନା କରିଥିବା ବିଜେଡି ପ୍ରାର୍ଥୀ ରୀତା ସହୁ କହିଛନ୍ତି ।
ନିର୍ବ।ଚନକୁ ୧୫ଦିନ ବାକିଥିବାବେଳେ ଉପ-ନିର୍ବ।ଚନ ସମୟରେ ଏହି ନିର୍ବ।ଚନ ମଣ୍ଡଳି ସେତେ ଉଷ୍ମ ଦେଖାଯାଉନି ।କିନ୍ତୁ ପୂଜା ପରେ ପରେ ନିର୍ବାଚନୀ ଉଷ୍ମତା ଦେଖାଦେବ ବୋଲି ଆଶା କରାଯାଉଛି ।
Comments are closed, but trackbacks and pingbacks are open.