ଆଠଗଡ଼: ଆଶ୍ଚର୍ୟ୍ୟ ଲାଗିଲେ ବି ସତ । ଚାଷ ଜମି , ବିଲ ହୁଡ଼ା , ଜଙ୍ଗଲ ଏବଂ ପାଳ ଗଦା ତଳେ ବ୍ୟାରେଲ୍ ବ୍ୟାରେଲ୍ ଦେଶୀ ମଦ । ଏହି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ଥାନା ଅଧିନ ଭିରୁଡା ଗ୍ରାମରେ । ବେଆଇନ ଭାବେ ଏଠାରେ ଦେଶୀ ମଦର କୁଟୀର ଶିଳ୍ପ ପାଲଟିଛି ।
ଏଠାରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ଜିଲ୍ଲା ବାହାରକୁ ଚାଲଣ କରାଯାଏ ବୋଲି ପୂର୍ବରୁ ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଥିଲେ । ପୂର୍ବରୁ ଆଠଗଡ ଅବକାରି ବିଭାଗ ଚଢାଉ କରୁଥିଲେ ମଧ୍ୟ ମଦ ମାଫିଆମାନଙ୍କ ଉପରେ କିଛି ପ୍ରଭାବ ପଡିନଥିଲା ।
ଆଜି କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗ୍ରାମାଞ୍ଚଳ ଏସ୍ପି, ଏବଂ ଆଠଗଡ଼ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ୧୦ ହଜାର ଲିଟର ପୋଚ ନଷ୍ଟ କରାଯିବା ସହ ଅଧିକ ତଦନ୍ତ ଜାରି ରଖିଛି ଅବକାରି ବିଭାଗ ।


Comments are closed, but trackbacks and pingbacks are open.