ନବରଙ୍ଗପୁର: ନବରଙ୍ଗପୁରରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ପାହାଡ ଉପରେ ଧ୍ୟାନରେ ବସିଛନ୍ତି ଜଣେ ଯୁବତୀ। ଗତ କିଛିଦିନ ତଳେ ଏହି ପୋଡ଼ାଗଡ଼ ପାହାଡ଼ରୁ ପଥର ଖସିବା ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଉଠିଥିଲେ। ପୁଣି ଜଣେ ଯୁବତୀ ପାହାଡରେ ବସି ଶିବଙ୍କୁ ଧ୍ୟାନ କରୁଛନ୍ତି। ସେ ଏହା ମଧ୍ୟ ଦାବି କରିଛନ୍ତି, ଶିବ ତାଙ୍କ ଦେହରେ ପ୍ରବେଶ କରିଛନ୍ତି। ସେ ଅଖିଆ ପିଆ ପାହାଡରେ ବସି ତପଷ୍ୟ ଜାରି ରଖିଛନ୍ତି। ସ୍ୱପ୍ନାଦେଶରେ ତାଙ୍କ ଶରୀରରେ ଭଗବାନ ଶିବ ଆବିର୍ଭାବ ହୋଇଥିବା ଯୁବତୀ ଦାବି କରିଛନ୍ତି ।
ନିଛାଟିଆ ପାହାଡରେ ହିଂସ୍ର ଜୀବଜନ୍ତୁଙ୍କ ଭୟ ନାହିଁ, ଏକୁଟିଆ ବସି ସେ ସେଠାରେ ଧ୍ୟାନରେ ବସିଛନ୍ତି। ଗତ ଚାରି ଦିନ ଧରି ବିନା କୌଣସି ଖାଦ୍ୟ କିମ୍ବା ଜଳ ଗ୍ରହଣ ନକରି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ଭରଣ୍ଡି ପଞ୍ଚାୟତର ଚାରିଆଗୁଡା ପାହାଡରେ ଯୁବତୀ ଧ୍ୟାନରେ ରହିଛନ୍ତି। ପୋଡ଼ାଗଡ଼ରେ ପୂଜା ପାଉଥିବା ବାବା ଭୈରବ ତାଙ୍କୁ ସ୍ୱପ୍ନାଦେଶ ଦେଇ ତାଙ୍କ ଶରୀର ମଧ୍ୟରେ ପ୍ରବେଶ କରିଥିବା ଦାବି କରିଛନ୍ତି ।
ତେଣୁ ସେ ଚାରି ଦିନ ଧରି ଧ୍ୟାନରେ ବସିଥିବା ବେଳେ ୨୧ ଦିନ ଧରି ଧ୍ୟାନରେ ବସିବେ ବୋଲି ଯୁବତୀଙ୍କ ଜଣଙ୍କ କହିଛନ୍ତି। ଭବିଷ୍ୟତରେ କୌଣସି ଶୁଭ ଓ ଅଶୁଭ ସୂଚନା ଏହି ପାହାଡ଼ ପୂର୍ବରୁ ସଂକେତ ଦେଇଥିବା ନେଇ ଲୋକଙ୍କ ମନରେ ବିଶ୍ୱାସ ରହିଛି। ଯେଉଁଥିପାଇଁ ଜିଲ୍ଲା ଓ ପୋଡ଼ାଶୀ ଜିଲ୍ଲା ସମେତ ପୋଡ଼ାଶୀ ଆନ୍ଧ୍ର ଓ ଛତିଶଗଡ଼ ରାଜ୍ୟରୁ ମଧ୍ୟ ପୂଜାର୍ଚ୍ଚନା ପାଇଁ ଏହି ଶୈବପୀଠକୁ ଲୋକଙ୍କ ସୁଅ ଛୁଟିଥାଏ ।


Comments are closed, but trackbacks and pingbacks are open.