ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସ୍ୱଚ୍ଛ ଆଇକନିକ୍ ପ୍ଲେସେସ୍ (ଏସ୍ଆଇପି) ଓ ସ୍ୱଚ୍ଛ ଭାରତ କୋଷ (ଏସ୍କେପି) କାର୍ଯ୍ୟକ୍ରମ ଅଧୀନରେ ଉଲ୍ଲେଖନୀୟ ସିଏସ୍ଆର୍ ଅବଦାନ ପାଇଁ ପାୱାରଗ୍ରୀଡ୍କୁ ମିଳିଛି ସ୍ୱଚ୍ଛ ଭାରତ ଭାରତ ପୁରସ୍କାର । ଜଳଶକ୍ତି ମନ୍ତ୍ରାଳୟର ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରାୟତ୍ତ କର୍ପୋରେଟ୍ ବର୍ଗରେ ପାୱାରଗ୍ରୀଡ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନିକଟରୁ ପାୱାରଗ୍ରୀଡ୍ ସିଏମ୍ଡି କେ ଶ୍ରୀକାନ୍ତ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
Comments are closed, but trackbacks and pingbacks are open.