ପିଆଜ ଖାଇଲେ ରୋଗ ଭଲ ହେବାରେ ସାହାଯ୍ୟ କରେ

Get real time updates directly on you device, subscribe now.

ଭୁବନେଶ୍ୱର: ଶରୀରକୁ ଶକ୍ତି ଯୋଗାଇବାରେ ଆମେ ସାଧାରଣତଃ ଖାଦ୍ୟ ଖାଇଥାଉ କିନ୍ତୁ ସେହି ଖାଦ୍ୟ ମଧ୍ୟରେ ଏମିତି ଅନେକ ଜିନିଷ ଖାଇଥାଉ ଯାହା ଆମ ଜାଣତରେ ହେଉ ଅବା ଅଜଣାତରେ ଆମ ଶରୀର ଅନେକ ରୋଗକୁ କମିଦେଇଥାଏ ଏଇ ଯେମିତି ପରିବା ମାନଙ୍କ ମଧ୍ୟରେ ହେଉଛି ପିଆଜ ପିଆଜକୁ ଆମେ ସାଧାରଣତଃ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ବ୍ୟବହାର କରିଥାଉ କିନ୍ତୁ ଆପଣ ଜାଣିଚନ୍ତି କି ପଆଜକୁ ନିୟମିତ ଖାଇଲେ କେଉଁ ପ୍ରକାରର ରୋଗ କମିଥାଏ ତେବେ ଚାଲନ୍ତୁ ଜାଣିବା ପାଆଡ ଖାଇଲେ କେଉଁ କେଉଁ ପ୍ରକାରର ରୋଗ କମିଥାଏ ଟ୍ଟ
କବଜ ସମସ୍ୟା: ପିଆଜ ଆମ ପେଟ ପାଇଁ ବହୁତ ଭଲ ହୋଇଥାଏ । ଏହାକୁ କଞ୍ଚା ଖାଇବା ଦ୍ୱାରା କବଜ ସମସ୍ୟା ଦୂର ହୋଇଥାଏ ଆପଣ ସବୁବେଳେ ଏହି ସମସ୍ୟା ସହ ଜଡ଼ିତ ତାହାଲେ ପ୍ରତିଦିନ କଞ୍ଚା ପିଆଜ ଖାଇବା ଅଭ୍ୟାସ କରନ୍ତୁ । ଗଳା ଖରାପ: ଯଦି ଥଣ୍ଡାରୁ ଆପଣଙ୍କ ଗଳା ଖରାପ ହୋଇଯାଇଥାଏ ତେବେ ଆପଣ ପିଆଜ ଖାଇଲେ ଏହି ଯଥାଶୀଘ୍ର କମାଇବାରେ ସାହାର‌୍ୟ୍ୟ କରିଥାଏ କଫ ହେଉଥିଲେ ମଧ୍ୟ ଆପଣ ପିଆଜ ବ୍ୟବହାର କରିପାରିବେ ।ରକ୍ତ ସ୍ରାବ ବନ୍ଦ କରେ: ନାକରୁ ରକ୍ତ ବାହାରୁଥିଲେ ତାଜା ପିଆଜକୁ କାଟି ଚୋବାଇ ଖାଆନ୍ତୁ । ଏହା ନାକରୁ ରକ୍ତ ପଡ଼ିବା ବନ୍ଦ କରିଦେବ ।ଡାଇବେଟିସ୍‌: ପିଆଜ ଶରୀରରେ ଇନ୍‌ସୁଲିସ୍‌ ତିଆରି କରିଥାଏ । ତେଣୁ ଡାଇବେଟିସ୍‌ ରୋଗୀ ଏହାକୁ ପ୍ରତିଦିନ ଖାଇ ଲାଭ ଉଠାଇ ପାରିବେ।ହୃଦରୋଗ ଦୂର କରେ: କଞ୍ଚା ପିଆଜ ରକ୍ତଚାପ ନିୟନ୍ତ୍ରଣ କରିଥାଏ । ଏଥିରେ ଏମିନୋ ଏସିଡ୍‌ ଥିବାରୁ ଏହା କୋଲେଷ୍ଟରଲ୍‌କୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏହାକୁ ପ୍ରତିଦିନ ଖାଇଲେ ହାର୍ଟ ସମ୍ବନ୍ଧୀୟ ରୋଗ ହେବା ଆଶଙ୍କା କମାଇଥାଏ ।ଏନିମିଆ: ଏନିମିଆ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ଏହାକୁ ପ୍ରତିଦିନ ଖାଆନ୍ତୁ। ଏହା ଶରୀରରେ ରକ୍ତ ବଢ଼ାଇଥାଏ।କେଶ କଳା କରିଥାଏ: କେଶ ସମସ୍ୟା ଆଜିକାଲି ସମସ୍ତଙ୍କର ରହିଥାଏ । ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ୍‌ କଲେ କେଶ ଉପୁଡ଼ିବା କମ୍‌ ହେବା ସହ କେଶ କଳା ହୋଇଥାଏ ।କ୍ୟାନ୍ସର ଆଶଙ୍କା କମାଇଥାଏ: ପିଆଜ ରସ କ୍ୟାନସର କୋଷକୁ ନଷ୍ଟ କରିଥାଏ। କ୍ୟାନସର ରୋଗୀ ପିଆଜ ଖାଇବା ଆବଶ୍ୟକ। ଆପଣ ମଧ୍ୟ ଏହାକୁ ପ୍ରତିଦିନ ଖାଲେ କ୍ୟାନସର ଆଶଙ୍କା କମ ହୋଇଥାଏ।ତ୍ୱଚା ପାଇଁ ଉପକାରୀ: ଏହା କେବଳ ଶରୀର ପାଇଁ ନୂହେଁ ତ୍ୱଚା ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ। ଏଥିରେ ଭିଟାମିନ୍‌-ଏ, ଭିଟାମିନ୍-ସି ଏବଂ ଭିଟାମିନ୍‌-ଇ ରହିଥାଏ। ଏହି ସବୁ ଭିଟାମିନ୍‌ ଆମ ତ୍ୱଚା ପାଇଁ ବହୁତ ଉପକାରୀ ହୋଇଥାଏ।ସଙ୍କ୍ରମଣ ହେବାକୁ ଦିଏନାହିଁ: ଯଦି ଆପଣଙ୍କର ପରିସ୍ରା କଲା ବେଳେ ପୋଡ଼ିବା ସମସ୍ୟା ଦେଖାଯାଉଛି। ଏହା ସଂକ୍ରମଣ ଜନିତ ହୋଇଥାଇପାରେ। ଏହି ସମୟରେ ଆପଣ ପିଆଜ ପାଣି ପିଇଲେ ପୋଡ଼ାଜଳା ସମସ୍ୟାରୁ ଆରାମ ମିଳିଥାଏ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons