ପିଏମ୍ କେୟାର୍ସ ଫଣ୍ଡକୁ ମାସିକ ୫୦ ହଜାର ଟଙ୍କା ଦେବେ ବିପିନ ରାୱତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ମହାମାରୀ ବିରୋଧରେ ଲଢେ଼ଇ କରୁଥିବା ବେଳେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଏଥିପାଇଁ ଯଥାସମ୍ଭବ ସହାୟତା କରୁଛନ୍ତି । ଏଭଳି ସମୟରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ୍ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି । ସେ ତାଙ୍କର ମାସିକ ଦରମାରୁ ୫୦ ହଜାର ଟଙ୍କା ଲେଖାଏଁ ପିଏମ୍ କେୟାର୍ସ ଫଣ୍ଡକୁ ଦେବା ଆରମ୍ଭ କରିଛନ୍ତି । ତାଙ୍କର ମାସିକ ଦରମାରୁ ଏହି ଟଙ୍କା କଟାଯାଇ କେନ୍ଦ୍ର ସରକାରଙ୍କ କୋଭିଡ-୧୯ ରିଲିଫ୍ ଫଣ୍ଡରେ ଆଗାମୀ ବର୍ଷକ ଯାଏ ଜମା ହେବ ବୋଲି ଜଣାପଡ଼ିଛି । ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାୱତ୍ ଏ ନେଇ ମାର୍ଚ୍ଚରେ ଅଧିକାରୀମାନଙ୍କୁ ଏକ ଚିଠି ଲେଖିଥିଲେ । ସେଥିରେ ସେ ତାଙ୍କର ମାସିକ ଦରମାରୁ ୫୦ ହଜାର ଟଙ୍କା ଲେଖାଏଁ କାଟି ଆଗାମୀ ବର୍ଷକ ଯାଏଁ ପିଏମ୍ କେୟାର୍ସ ଫଣ୍ଡରେ ଜମା କରିବାକୁ ଅନୁରୋଧ କରିଥିଲେ । ଏହା ପରେ ତାଙ୍କର ଏପ୍ରିଲ ମାସର ଦରମାରୁ ୫୦ ହଜାର ଟଙ୍କା କଟାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons